ଖଡ଼ିଆଳ- ନୂଆପଡା ଜିଲ୍ଲା ଅନୁସୂଚିତ ଜାତି,ଡମ୍ୱ ଗଣ୍ତା ସମାଜର ଜିଲ୍ଲା ଗଭର୍ଣ୍ଣିଙ୍ଗ ବଡିର ଏକ ବୈଠକ ଖଡିଆଳ ସ୍ଥିତ ବାବା ମଠ ଠାରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ ନୂତନ ଭାବେ ଚୟନ ହୋଇଥିବା ଜିଲ୍ଲା ଅନୁସୂଚିତ ଜାତି ଡମ୍ୱ ଗଣ୍ତା ସମାଜର ସଭାପତି ହେମନ୍ତ କୁମାର ତାଣ୍ତି,ଲକି,ପରିଚାଳନା କରିଥିଲେ। ଏହି ସଭାରେ ଉପସ୍ଥିତ ଥିବା ସଦସ୍ଯ କର୍ମକର୍ତ୍ତା ଭଦ୍ରବ୍ୟକ୍ତି ତଥା ସମାଜର ଅନ୍ୟାନ୍ୟ ଲୋକେ ପୂର୍ବତନ ଜିଲ୍ଲା ସଭାପତିଙ୍କ ୨୪ ବର୍ଷ ଧରି ବେନିୟମ ଭାବେ କାର୍ଯ୍ୟ କଲାପ କରି ଆସୁଛନ୍ତି। ଗତ ୨୨ /୫/୨୦୨୨ ତାରିଖ ଦିନ ଜିଲ୍ଲା ଡମ୍ୱ ଗଣ୍ତା ସମାଜର ପରିବର୍ତ୍ତନ ସଭାରେ ନୂତନ ଭାବେ ଜିଲ୍ଲା କମିଟି ଗଠନ କରାଯାଇଛି। ଏବଂ ବ୍ଲକ ସ୍ତରୀୟ କୋରକମିଟି ଗଠନ କରାଯାଇ ସେମାନଙ୍କୁ ତ୍ରୁଣମୂଳ ସ୍ଥରରେ କର୍ମକର୍ତ୍ତା ଗଠନ ପାଇଁ ଦାୟିତ୍ୱ ଦିଆ ଯାଇଛି। ହେଲେ ଏହିପରି ସ୍ଥଲେ ଶ୍ରୀ ଫକିର ମୋହନ ଜଗତ ସମାଜକୁ ବିଭ୍ରାନ୍ତ କରିବା ପାଇଁ ସମାଜକୁ ଭାଗଭାଗ କରିବା ପାଇଁ ବିଶୃଙ୍ଖଳା କରି ଯେଉଁ ଚକ୍ରାନ୍ତ କରୁଛନ୍ତି। ତାହା ନିନ୍ଦନୀୟ ଓ ବେନିୟମ ଅଟେ ବୋଲି ଉପସ୍ଥିତ ବ୍ୟକ୍ତି ବେଶେଷ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏବଂ ଶ୍ରୀ ଜଗତଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବର୍ତ୍ତମାନର ନୂତନ ଜିଲ୍ଲା ସଭାପତି ଶ୍ରୀ ତାଣ୍ତିଙ୍କୁ ପରାମର୍ଶ ଦେଇ କ୍ଷ୍ୟମତା ପ୍ରଦାନ କରାଗଲା। ଦୀର୍ଘ ୨୪ ବର୍ଷ ଧରି କୌଣସି କର୍ମକର୍ତ୍ତା ଗଠନ ନକରିବା ଜିଲ୍ଲା କମିଟିର ୫ଜଣ କର୍ମକର୍ତ୍ତାଙ୍କ ଦେହାନ୍ତ ହୋଇଥିବା ସୁଦ୍ଧା କେବେ ପଦବୀ ପୂରଣ ପାଇଁ କୌଣସି ସଭା ସମିତି ନଡାକି ଚୁପରହି ନିଜକୁ ଦିର୍ଘ ସମୟଧରି ବିନା ନିର୍ବାଚନରେ ବିନା ମନୋନୟନରେ ନିଜକୁ ସଭାପତି ରୁପେ ପରିଚୟ ଦେବା ଉପରେ ଏହି ବୈଠକରେ ଆଳୋଚନା କରାଗଲା। ତାଙ୍କୁ ଆଇନଗତ ନୋଟିସ ଦେଇ ସମାଜର ସମସ୍ତ କାଗଜପତ୍ର ରେକର୍ଡ ପତ୍ର ହସ୍ତାନ୍ତର କରିବା ନେଇ ସମସ୍ତେ ମତ ପ୍ରକାଶ କରିଥିବା ବେଲେ ଜିଲ୍ଲା ସମାଜର ବ୍ୟାଙ୍କ ଏକାଉଣ୍ଟ ଖାତା ଅଛି ତାକୁ ନୂତନ କର୍ମକର୍ତ୍ତାଙ୍କ ନାମରେ କରିବାକୁ ଗ୍ରୁହିତ କରାଗଲା। ଏହା ବ୍ୟତୀତ ବ୍ଲକ ତଥା ଗ୍ରାମ ପଞ୍ଚାୟତ ଓ ଗ୍ରାମ ସ୍ତରୀୟ ନୂତନ ଭାବେ କର୍ମକର୍ତ୍ତା ଗଠନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ସଭାରେ ନୂଆପଡା ଜିଲ୍ଲା ପୂର୍ବତନ ଡେପୁଟି କଲେକ୍ଟର ନୀଲାମ୍ୱର ସୁନା,ପୂର୍ଣ୍ଣଚନ୍ଦ୍ର ନେତାମ,ଗୌରୀଆଣଣି ସାଗରିଆ,ନିଶୁ ନାଗ,ବେଣୁଧର ଜଗତ,ମୋହନ ସୁନାନୀ,ସୁରେନ୍ଦ୍ର ସୁନାନୀ,ମାଧବ ସୁନା,ଶଶିଭୂଷଣ ସଗରିଆ,ଠାକୁର ଦାସ ମହାନନ୍ଦ,ନୂତନ ଚୟନ ହୋଇଥିବା ଉପସଭାପତି ମାୟାଧର ସୁନାନୀ,ସାଧାରଣ ସମ୍ପାଦକ ଅଲେଖ ଜଗତ,ସହ ସମ୍ପାଦକ ମନୋଜ ସୁନାନୀ ସମେତ ଅନ୍ଯାନ୍ଯ ଲୋକେ ଉପସ୍ଥିତ ଥିଲେ।