ଭଦ୍ରକ – ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ଅନ୍ତର୍ଗତ ଭଳଭଦ୍ରପୁର ଗ୍ରାମର ଏକ ଦୁଖଃଦ କାହାଣୀ ଯାହା ସମସ୍ତଙ୍କୁ ଚକିତ କରିଛି। ଘଟଣାଟି ଘଟିଛି କଲେଇ ଗ୍ରାମର ହରମୋହନ ରାଉତଙ୍କ ସାନ ପୁଅ ଭଗବାନ ରାଉତ ବୟସ ମାତ୍ର ୩୭ବର୍ଷ ସେ ବାଙ୍ଗୋଲୋର ରେ ଏକ ଜଳଖିଆ ଦୋକାନ କରି ନିଜ ପରିବାର ପ୍ରତି ପୋଷଣ କରିଥାନ୍ତି ।କିନ୍ତୁ ଭାଗ୍ୟର ବିଡମ୍ବନା ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ମେଡିକାଲରେ ନିଜ ଦେହ ଦେଖାଇବାକୁ ଯାଇଥିଲେ। ଦେଖାଇସାରିବା ପରେ ସେ ମେଡିକାଲ ରିପୋଟରୁ ଜାଣିବାକୁ ପାଇଲେ ତାଙ୍କୁ ଦିର୍ଘଦିନ ହେଵ ସେ ଜଣ୍ଡିସରେ ଆକ୍ରାନ୍ତ ହୋଇ ଲିଭର ଫେଂଲୁଅର ହେବାକୁ ଲାଗିଲାଣି କିଡୀନି ବି କାମ କରୁନାହଁ ।ତେଣୁ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଆଡମିସନ କରିଥିଲେ।କିନ୍ତୁ ଭଗବାନର ଅବସ୍ଥା ଅତି ଗୁରୁତର ଥିବାରୁ ଡାକ୍ତର ICU ଭର୍ତ୍ତି କରି ଚିକିତ୍ସା ଚଳାଇଛନ୍ତି।କିନ୍ତୁ ଏଵେ କିମ୍ସର ଡାକ୍ତର ଦଳ କହିସାରିଲେଣି ତାଙ୍କୁ ଯଥାଶୀଘ୍ର ଦିଲ୍ଲୀ ଏମ୍ସକୁ ନେଇ ଭଲ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ।କିନ୍ତୁ ଭଗବାନ ରାଉତଙ୍କ ପରିଵାର ପାଖରେ ସମୟ ଖୁବକମ ,ତାପରେ ଏକ କୋଟିରୁ ଉର୍ଦ୍ଧ ଖର୍ଚ୍ଚ ହେବ ଯାହାକୁ ନେଇ ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ଦୁଃଖ ରେ ଭାଙ୍ଗି ପଡିବା ସହିତ ସମସ୍ତଙ୍କୁ ହାତଯୋଡି ନିବେଦନ କରୁଛନ୍ତି ତାଙ୍କୁ ଯଦି ଓଡିଶାବାସୀ ସାହାଯ୍ୟର ହାତ ବଢ଼ାନ୍ତି ତାହେଲେ ସେ ତାଙ୍କ ସ୍ୱାମୀଙ୍କୁ ଦିଲ୍ଲୀ ଏମ୍ସକୁ ନେଇ ଚିକିତ୍ସା କରିପାରନ୍ତେ । ସଵୁଠାରୁ ବଡ ଦୁଖର କଥା ହେଉଛି ଭଗବାନ ରାଉତଙ୍କର ଗୋଟେ ଛୋଟ ଛୁଆଟେ ମାତ୍ର ଏଗାର ମାସର ବାପ ବୋଲି କଣ ଠିକ ସେ ଜାଣି ନାହିଁ ସ୍ତ୍ରୀ ଅବନ୍ତୀ ଏବେ କାନ୍ଦି କାନ୍ଦି ନୟାନ୍ତ ହେଵା ସହିତ ସାହାଯ୍ୟ ଟିକିକ ପାଇଁ ବାର ଦୁଆର ବୁଲୁଛନ୍ତି ମୋ “ଶଙ୍ଖା ସିନ୍ଦୁର କୁ ବଞ୍ଚାଇଦିଅ,ମୋ ଶଙ୍ଖା ସିନ୍ଦୂର ବଞ୍ଚାଇ ଦିଅ କହି ସମସ୍ତଙ୍କୁ ନେହୁରା ହେଉଛନ୍ତି.।ନା ତା ପାଖରେ ଆର୍ଥିକ ସ୍ବଛଳତା ଅଛି ନା ତାର ଶଶୁର ଘରର ନା ତା ବାପ ଘରର।ତେଣୁ ସେ ଆକୁଳ ନିବେଦନ କରୁଛି ଗଣମାଧ୍ୟମ ଜରିଆରେ ତାର ସୁନା ସଂସାରକୁ ଏହି ମହାବିପଦରୁ ଉଦ୍ଧାର କରିବାପାଇଁ।ତେଣୁ ଆମେ ମଧ୍ୟ ଓଡିଶାର ଜନସାଧାରଣଙ୍କ ଆମର ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ ମାଧ୍ୟମରେ ଦୟାକରି ସମସ୍ତେ ଆଗେଈ ଆସନ୍ତୁ ।ସାହାଯ୍ୟର ହାତ ବଢ଼ାନ୍ତୁ ଏକ ମହତ ସେବାରେ ଆପଣମାନଙ୍କର ଛୋଟିଆ ସାହାଯ୍ୟ ନିଶ୍ଚିତ ଭାଵରେ ଭଗବାନ ରାଉତର ଜୀବନ ବଞ୍ଚିବା ସହିତ ସ୍ତ୍ରୀ ଅବନ୍ତୀର ସୁନା ସଂସାର ହସି ଉଠିବ। ଯେଉଁ ସହୃଦୟ ବ୍ୟକ୍ତିମାନେ ତାଙ୍କୁ ସାହାଯ୍ୟ କରିବାକୁ ଚାଁହୁଛନ୍ତି ଦୟାକରି ତାଙ୍କୁ ଏହି ଫୋନ ପେ ନମ୍ବରରେ ପଠାଇ ପାରିବେ। 7609033446(ଅବନ୍ତୀ ସ୍ୱାଇଁ )ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ହେଲା A/C.3141101006162.Ifsc CNRB0007980. Branch Bhadrak Cannara Bank