ପାଟକୁରା (ନି. ପ୍ର)ସ୍ୱାମୀ ଓ ସ୍ତ୍ରୀ ଝଗଡା ନେଲା ଉଗ୍ରରୂପ. ପାରିବାରିକ ତିକ୍ତତା, ମନ ମାଳିନ୍ୟ ର ଏକ ଅଭାବନୀୟ ପରିସ୍ଥିତି ଘଟିଗଲା. ମାନସିକ ଦୁଶ୍ଚିନ୍ତା ର ଶିକାର ସ୍ୱାମୀ ଘଟାଇଗଲା ଏଭଳି ନାରକୀୟା କାଣ୍ଡ. ସୋଇଥିବା ଅବସ୍ଥା ରେ ବେକ କୁ ହାଣି sabu ଦିନ ପାଇଁ ଚିର ନିଦ୍ରା ରେ ଶୁଆଇ ଦେଲା ସ୍ତ୍ରୀ କୁ
Vo1:-ପାରିବାରିକ କଳହ ର କରୁଣ ପରିଣତି. ଟାଙ୍ଗିଆ ରେ ହାଣି ସ୍ତ୍ରୀ କୁ ବିଭଛ ହତ୍ୟା କଲା ସ୍ୱାମୀ.ପାଟକୁରା ଥାନା ଆନ୍ତର୍ଗର ଟେଣ୍ଡକୁଡା ରେ ସ୍ୱାମୀ ସୟଦ ମନ୍ନାନ ର ଟାଙ୍ଗିଆ ଛୋଟରେ ଟଳି ପଡିଲେ ସ୍ତ୍ରୀ ପ୍ୟାରୁନ ବିବି. ମଧ୍ୟ ରାତ୍ରି 1.30 ରେ ହତ୍ୟା ହୋଇଥିବା ନେଇ ସ୍ଥାନୀୟ ଲୋକ ଙ୍କ ସୂଚନା.ପାଟକୁରା ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ..ମୃତ ମହିଳା ଙ୍କ ଭାଇ ଙ୍କ ଅଭିଯୋଗ କ୍ରମେ ସ୍ୱାମୀ କୁ ଅଟକ ରଖିଛି ପାଟକୁରା ପୋଲିସ.
ସ୍ୱାମୀ ସାଜିଲା ସୈତାନ. ହତ୍ୟାକଲା ନିଜ ସ୍ତ୍ରୀ କୁ. ପୂର୍ବରୁ ସ୍ୱାମୀ ସୟଦ ମନ୍ନାନ୍ନ ମାନସିକ ଦୁଶ୍ଚିନ୍ତା ରେ ରହି ମାନସିକ ରୋଗ ରେ ପୀଡିତ ହୋଇ ଚିକିଶ୍ଚିତ ହେଉଥିଲା. କ୍ରମେ ରୋଗ ଧୀରେ ଧୀରେ ଭଲ ହେଉଥିଲା.. କିନ୍ତୁ କୌଣସି କାରଣ ବଶତଃ ପରିବାର ରେ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ଲାଗିରହୁଥିଲା .
ତେବେ ଘଟଣା ଘଟିଥିବା ରାତି ରେ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କିଛି ଝଗଡା ହୋଇନଥିଲେ ମଧ୍ୟ କେଉଁ କାରଣ ରୁ ସୋଇଥିବା ଅବସ୍ଥା ରେ ସ୍ତ୍ରୀ ପ୍ୟାରୁନ ବିବି କୁ ଏଭଳି ବିଭଛ ହତ୍ୟା କଲା ସ୍ୱାମୀ?? ତାହା ଏବେ ପ୍ରଶ୍ନବାଚି ସୃଷ୍ଟିକରିଛି.
କିନ୍ତୁ ଘଟଣା ଘଟିବା ର ପୂର୍ବ ଦିନ ଦୁହିଁ ଙ୍କ ମଧ୍ୟ ରେ କିଛି ତିକ୍ତତା ଓ ବିବାଦ ହୋଇଥିବା ସୂଚନା ମିଳିଛି.
ଘଟଣା ସ୍ଥଳ ରେ ପାଟକୁରା ପୋଲିସ ସମେତ ସାଇଣ୍ଟିଫିକlଲ ଟିମ ପହଂଚି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଥିଲା … ତଦନ୍ତ ପରେ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠା ଯାଇଛି.
ତେବେ ମୃତ ପ୍ୟାରୁନ ବିବି ତିନି ସନ୍ତାନ ମା ଛେଉଣ୍ଡ ହେଇଯାଇଛନ୍ତି ଓ ସ୍ଥାନୀୟ ଅଞ୍ଚଳରେ ସୋକାକୁଳ ପରିସ୍ଥିତି ସୃଷ୍ଠୀ ହୋଇଛି.
ପାରିବାରିକ କଳହ ର ଉଗ୍ରରୂପ ର ଏହା ଏକ ଜ୍ୱଳନ୍ତ ଉଦାହରଣ. ପାରିବର ଭିତରେ ସବୁବେଳେ କନ୍ଦୋଳ, ମନ ମାଳିନ୍ୟ, ଝଗଡା ଓ ବିବାଦ ଲାଗିରହିଲେ ଏଭଳି ପରିସ୍ଥିତି ଉପୁଜି ବାର ସମ୍ଭାବନା ଅଧିକ. ପରିବାର ର ସଦସ୍ୟ ଙ୍କ ଭିତରେ ଅଯଥା ତିକ୍ତତା ନରହି ସୁଖ ଶାନ୍ତି ରେ ଜୀବନ ଅତିବାହିତ କଲେ ଅନ୍ତତଃ ଏଭଳି ଅଘଟଣ କୁ ଏଡାଇ ଦିଆଯାଇ ପାରିବ