ଡଙ୍ଗିଆ ମଦ ଭାଟିରେ ପଶି ଅଗ୍ନିକାଣ୍ଡ ଘଟାଇ ଲୁଟ ମାମଲା

କଣ୍ଟାବାଞ୍ଜି – ବଙ୍ଗୋମୁଣ୍ଡା ବ୍ଳକ ଡଙ୍ଗିଆ ମଦ ଭାଟିରେ ଗତ ୭ ବର୍ଷ ପୂର୍ବେ ଲୁଟ କରି ଅଗ୍ନିକାଣ୍ଡ ଘଟାଇ ମହିଳା ହାରକୋଡ଼ ମାଓବାଦୀ ମଞ୍ଜୁଳା ମାଝିକୁ ଧରାପଡି ବିଚାରଧୀନ କଏଦୀ ଥିବାବେଳେ, ଆଜି କଣ୍ଟାବାଞ୍ଜି ଏଡିଜେଙ୍କ କୋର୍ଟ ହାଜର କରାଯାଇଥିଲା, ସୂଚନା ଯୋଗ୍ୟ ଯେ ୧୦ ରୁ ୧୨ ଜଣ ମାଓବାଦୀଙ୍କ ମଧ୍ୟରୁ ପୋଲିସ ଜଣେ ମହିଳା ମାଓବାଦୀକୁ କାବୁ କରିବାରେ ସଫଳ ହୋଇଥିଲେ, ପ୍ରାୟ ସମସ୍ତ ସାକ୍ଷୀ ସରିଥିବା ବେଳେ ଆଜି ଭାଟି ମ୍ୟାନେଜରଙ୍କ ସାକ୍ଷ୍ୟ ଦେବା ଥିଲା କିନ୍ତୁ ସେ କେବେ ମଧ୍ଯ ସାକ୍ଷ୍ୟ ଦେବାକୁ କୋର୍ଟରେ ହାଜର ହେଉ ନାହାଁନ୍ତି, ଅନେକ ଥର ତାଙ୍କୁ ସୁମନ ପଠାଇ ଥିଲେ ବି ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଲୁ ନାହିଁ, ତେବେ ମାମଲାର ଆଇଓଙ୍କ ଶେଷ ସାକ୍ଷ୍ୟ ରହିଥିବା ସରକାରୀ ଓକିଲ କାନୁନ କିଶୋର ପଣ୍ଡା ସୂଚନା ଦେଇଛନ୍ତି, ମାଓବାଦୀ ମଞ୍ଜୁଳାଙ୍କ ବିରୋଧରେ କୌଣସି ସାକ୍ଷ୍ୟ ମିଳିନଥିବା ଯୋଗୁଁ ସେ ଆସନ୍ତା ଦିନ ମାନଙ୍କରେ ନିର୍ଦ୍ଦୋଷରେ ଖଲାସ ହେବାର ସମ୍ଭାବନା ରହିଛି, ଅନ୍ୟ ପକ୍ଷରେ ୧୦ ରୁ ୧୨ ଜଣଙ୍କ ମଧ୍ୟରୁ ମାତ୍ର ଜଣକୁ ଧରିବା ଯୋଗୁଁ ମାମଲା ମଧ୍ୟ ଷ୍ଟ୍ରଙ୍ଗ ହୋଇ ପାରିଲା ନାହିଁ, ଓ ସାକ୍ଷ୍ୟ ଦେବା ପାଇଁ ମଧ୍ୟ ଭୟ କରୁଥିବା ସୂଚନା ମିଳିଛି 

Leave A Reply

Your email address will not be published.