ବାଲିଆପାଳ – ବାଲିଆପାଳ ଥାନା ଅନ୍ତର୍ଗତ ରସଲପୁର ଗ୍ରାମରେ ଅଘଟଣ। ଗୁରୁବାର ରାତିରେ ଶୋଇଥିବା ସମୟରେ ସର୍ପ ଦଂଶନ ରେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ରସଲ ପୁର ଗ୍ରାମର ଗୌତମ ଦାସ (୩୫)। ପାରିବାର ଲୋକେ କହନ୍ତି ପ୍ରତ୍ୟେକ ଦିନପରି ଗୌତମ ରତିରେ ଖାଇସାରି ଶୋଇଥିଲେ। ପାଖରେ ସ୍ତ୍ରୀ ଓ ତିନି ବର୍ଷ ର ଝିଅ ମଧ୍ଯ ଶୋଇଥିଲା। ଶୋଇବାର କିଛି ସମୟ ପରେ ଗୌତମ ହଠାତ ବିଛଣାରୁ ଉଠି କିଏ କାମୁଡି ଦେଲା ବୋଲି କହିବା ସହିତ ନିଜର ମୁଣ୍ଡ ବୁଲାଉଥିବା କଥା ପାରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ବାଲିଆପାଳ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ। ଉକ୍ତ ଘଟଣାର ଖାବର ପାଇ ପୋଲିସ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ବାଲିଆପାଳ ଥାନାରେ ୨୬/୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଗୌତମ ର ଅପମୃତ୍ୟୁ ରେ ରାସଲ ପୁର ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।