କାମପୁର କନକପଡାରେ ଡମ ଗଣ୍ଡା ସମାଜର ଜିଲ୍ଲା ସଭାପତି 

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକର କନକପଡା ଗ୍ରାମରେ ଡମ୍ବ,ଗଣ୍ଡା ସମାଜର ପ୍ରାୟ ୧୦୦ ପରିବାର ବସବାସ କରନ୍ତି।ଏହି ଗ୍ରାମର ଲୋକଙ୍କ କହିବା ଅନୁଯାୟୀ ଉକ୍ତ ଗ୍ରାମରେ ଅନେକ ସମସ୍ୟା ଘେରି ରହିଛି। ସେଥିମଧ୍ୟରୁ ବଡ଼ ସମସ୍ୟା ହେଲା ଗ୍ରାମବାସୀଙ୍କ ମେଡ଼ିକାଲ କାମ ହେଉ କିମ୍ବା ଘର ଚଳଣି ପାଇଁ ହେଉ ଗମ୍ଭାରୀଗୁଡା ଗ୍ରାମ ଉପରେ ହିଁ ନିର୍ଭର କରିବାକୁ ପଡ଼େ । କିନ୍ତୁ ଯିବା ଆସିବା ସମୟରେ ଏକ ନାଳ ଦେଇ ଲୋକେ ଯିବା ଆସିବା କରନ୍ତି। କିନ୍ତୁ ଯେତେବେଳେ ଋତୁ ଆରମ୍ଭ ହୁଏ ଏହିରାସ୍ତା ଲୋକଙ୍କ ପାଇଁ ଯିବା ଆସିବା ସଙ୍କଟପୂର୍ଣ୍ଣ ହୋଇଯାଏ। କାରଣ ଏହିରାସ୍ତାରେ ବ୍ରିଜ କିମ୍ବା ପୋଲ ଟିଏ ନଥିବା ଯୋଗୁଁ ଲୋକେ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମ ବାସି,ହୁଅନ୍ତୁ କିମ୍ବା ସ୍କୁଲ ପିଲାଛୁଆ ହୁଅନ୍ତୁ ସମସ୍ତଙ୍କୁ ସେହି ଏକମାତ୍ର ସମସ୍ୟ ଗ୍ରାମର ଲୋକେ ଚାଉଳ ଆଣିବାକୁ ପଞ୍ଚାୟତକୁ ଯିବା ପାଇଁ ମଧ୍ୟ ନଇଁକୁ ଡେଇଁକି ଯିବାକୁ ପଡ଼ିଥାଏ ବର୍ଷା ରୁତୁରେ ନାଳରେ ପାଣି ଭରି ରହିବା ଦ୍ଵାରା  ସ୍କୁଲ ଯିବା ଆସିବା ମଧ୍ୟ ବନ୍ଦ ରହୁଥିବା ଗ୍ରାମବାସୀ ସଭାପତିଙ୍କୁ ଅଭିଯୋଗ କରିଛନ୍ତି। ଏହି ସମସ୍ତ ପ୍ରକାର ଅସୁବିଧା ବିଷୟରେ ଗ୍ରାମବାସିଙ୍କ ସହି ଆଲୋଚନା କଲା ପରେ ଜିଲ୍ଲା ଡ଼ମ୍ବ ଗଣ୍ଡା ସମାଜର ଜିଲ୍ଲା ସଭାପତି ଶ୍ରୀ ହେମନ୍ତ କୁମାର ତାଣ୍ଡି ଯାହା ସବୁ ସମସ୍ୟ ରହିଛି ସେସବୁକୁ ସ୍ଥାନୀୟ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବୋଡେ଼ନ ବିଡ଼ିଓଙ୍କୁ,ତୁରନ୍ତ ସାକ୍ଷାତ କରି କନକପଡା ଗ୍ରାମର ପୋଲ ବା ନାଲା ଶିଘ୍ର ନିର୍ମାଣ କେମିତି ହେବ ସେହିବିଷୟରେ ଯାଇ ଆଲୋଚନା କରିବି ବୋଲି ଜିଲ୍ଲାଅନୁସୂଚିତ ଜାତି ଡ଼ମ୍ବ,ଗଣ୍ଡାସମାଜର ଜିଲ୍ଲା ସଭାପତି ଶ୍ରୀ ହେମନ୍ତ କୁମାର ତାଣ୍ଡି କହିଛନ୍ତି।

Leave A Reply

Your email address will not be published.