ସେଲ ଲୌହ ଖଣିର ଜନ ଶୁଣାଣୀ ସଭା

ବଣାଇ() : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳର ଥିବା ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ (ସେଲ)ର  କୋଇଡା ତହସିଲ ଅନ୍ତର୍ଗତ ତନ୍ତ୍ର ଓ ବାହାମ୍ବା ଗ୍ରାମ ଏବଂ ତୋଡ଼ା ସଂରକ୍ଷିତ ଜଙ୍ଗଲ ସ୍ଥିତ ୨୫୬୪.୩୨୩ ହେକ୍ଟର ପରିମିତ ଖଣି ଲିଜ ଅଞ୍ଚଳ ମଧ୍ୟରୁ ୨୫୫୮.୫୮୧ ହେକ୍ଟର (୨୪୧୯.୮୭୧ ହେକ୍ଟର ଫରେଷ୍ଟ କ୍ଳିଅରାନ୍ସ ଉପଲବ୍ଧ +  ୧୩୮.୭୧୦ ଅଣ-ଜଙ୍ଗଲ କ୍ଷେତ୍ର) ସ୍ଥିତ ବାରସୁଆଁ – ତାଲଡ଼ି – କାଲଟା ଲୌହ ଖଣିରୁ ବାର୍ଷିକ ଉତ୍ପାଦନ ହାର – ୧୬ ଏମଟିପିଏ (ଆର. ଓ. ଏମ ) ୨ ଏମଟିପିଏ ସବ ଗ୍ରେଡ଼ ଡମ୍ଫ / ଟେଲିଙ୍ଗ ଏବଂ ୩.୯୨ ଏମଟିପିଏ ଓବି/ଆଇବି/ଟପ ସଏଲ ଏବଂ ତାଲଡିହିରେ ୭ ଏମଟିପିଏ ଓ କାଲଟାରେ ୪ ଏମଟିପିଏ କ୍ଷମତା ବିଶିଷ୍ଟ ନୂତନ ଡ୍ରାଏ ପ୍ରୋସେସିଂ ପ୍ରକଳ୍ପ ସ୍ଥାପନା ସହିତ ଯଥେଷ୍ଟ ବୋଝେଇ ସୁବିଧା, ସାଇଡିଙ୍ଗ ଏବଂ ଅନୁସଙ୍ଗିକ ଭିତିଭୂମି ନିର୍ମାଣ ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ  କୋଇଡା ତହସିଲ ଅନ୍ତର୍ଗତ ଟେନସା ଗ୍ରାମସ୍ଥିତ ଇସ୍ପାତ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶିବ ଶଙ୍କର ଟପ୍ପୋ ଓ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ବିନୋଦ ବିହାରୀ ଦାସ ଏହି ସଭାକୁ ସଭାପତିତ୍ୱ କରିଥିଲେ । ପ୍ରଥମେ ସେଲ ର ମୁଖ୍ୟ ମହା ପ୍ରବନ୍ଧକ ପ୍ରଶନ୍ନ କୁମାର ରଥ ଖଣି ସାମ୍ପ୍ରସାରଣ ଓ କନଭେୟର ବେଲ୍ଟ ମାଧ୍ୟ୍ୟମରେ ଲୌହ ପଥର ପରିବହନ କଲେ କଣ କ୍ଷତି ହେବ ଓ ଏହାର ପ୍ରତିକାର କେମିତି ହେବ ସେ ବିଷୟରେ ଆଲୋକପାତ କରିଥିଲେ ଓ ଏହା ପରେ ସ୍ଥାନୀୟ ଅଞ୍ଚଳର ୫୭ଜଣ ଖଣି ସପକ୍ଷରେ ମତାମତ ଦେଇଥିବା ବେଳେ କନଭେୟର ମାଧ୍ୟମରେ ଲୌହ ପଥର ପରିବହନ କୁ ବିରୋଧ କରିଥିଲେ  । ଏହି ଜନ ଶୁଣାଣୀ ସଭାରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା , ଉପଜିଲ୍ଲାପାଳ ସୁରଞ୍ଜନ ସାହୁ,ତହସିଲଦାର ଡ଼ି.ଏସ ଶୁଭ୍ରଦର୍ଶି ଯୋଶୀ , କୋଇଡା (କ) ଜିଲ୍ଲା ପରିଷଦ ଶୁଶିଳା ମୁଣ୍ଡା , କୋଇଡା (ଖ) ଜିଲ୍ଲା ପରିଷଦ ଅଶୋକ ନାଏକ , ଚିପିଆଇଏମ ର ସୁନ୍ଦରଗଡ଼ ସମ୍ପାଦକ ପ୍ରମୋଦ କୁମାର ସାମଲ , ସିପିଆଇଏମ ସୁଦରଗଡ଼ ଜିଲ୍ଲା କମିଟି ସଭ୍ୟ ପ୍ରଭାତ କୁମାର ପଣ୍ଡା  , ବିଜେଡିର ରାଉରକେଲା ସାଂଗଠନିକ ସଭାପତି ଅଭିନାସ ସୁମନ ବାଗେ  , ଟେନସା ସରପଞ୍ଚ ଅର୍ନିତା ପୃର୍ତି  , ବଣାଇ ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ , ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ ଉପସ୍ଥିତ ଥିବା ବେଳେ ସୁରକ୍ଷା ପାଇଁ ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ଓତା , କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ ଓ ତାଙ୍କ ସହଯୋଗୀ ମାନେ ଉପସ୍ଥିତ ଥିଲେ । ଖଣିର ଜ୍ଯୋତି ପ୍ରକାଶ ମିଶ୍ର  , ପି.କେ ଦାସ  ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ  ।

Leave A Reply

Your email address will not be published.