ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ନାନ୍ଦୁପଲା ଗ୍ରାମପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଆମ ଟିମ୍ ଖପ୍ରାଖୋଲ ବ୍ଲକ ର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିବା ପାଇଁ ଯାଇଥିବା ସମୟରେ ଅନ୍ୟ ପଞ୍ଚାୟତ ସବୁ ଠିକ୍ ସମୟରେ ଖୋଲୁଥିବା ଏବଂ ବନ୍ଦ କରୁଥିବା ବେଳେ ତାର ଓଲଟା ନାନ୍ଦୁପଲା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଥିଲା ଦିନ ୧୧ ଟା ୪୫ ହୋଇଥିଲେ ମଧ୍ୟ ପଞ୍ଚାୟତ ରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲୁ ଆମେ ଆଶ୍ଚର୍ଯ୍ୟଚକିତ ହୋଇ ସ୍ଥାନୀୟ ଲୋକଙ୍କୁ ଏ ବିଷୟରେ ଆମେ ପଚାରି ବୁଝିଥିଲୁ ସେମାନଙ୍କ କହିବା ଅନୁସାରେ ପଞ୍ଚାୟତ ସକାଳ ସମୟରେ ନ ଖୋଲି ସଂଧ୍ୟାରେ ଖୋଲା ଯାଉଛି ତାହା ମଧ୍ୟ ପ୍ରତିଦିନ ନୁହେଁ ଦିଇ ଦିନରେ ତିନି ଦିନ ରେ ଥରେ ଖୋଲା ଯାଉଛି। ପଞ୍ଚାୟତ ର କୈାଣସି କର୍ମଚାରୀ ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି।ଆମେ ଏ ବିଷୟ ନେଇ ଆମେ ସରପଞ୍ଚ ଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ଫୋନ କାଟି ଦେଇଥିଲେ। ପଞ୍ଚାୟତ ର ଏପରି ବେପରୁଆ ମନୋଭାବ ପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।