କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସିରେ ଛତି ଫୁଟିଲା ପରି ଗଞ୍ଜେଇ କାରବାର ବଢିଯାଇଛି, ନିଜକୁ ଶିବ ମନ୍ଦିର ପୂଜକ ଶିବ ଭକ୍ତ ପରିଚୟ ଦେଉଥିବା ବ୍ୟକ୍ତି ମାନେ ଜନଗହଳି ସ୍ଥାନ ମାନଙ୍କରେ ଚିଲମ ଧରି ଫୁକୁଛନ୍ତି, ଗଞ୍ଜେଇ ଧୂଆଁରେ ଭର୍ତ୍ତି ରହୁଛି ବସ ଷ୍ଟାଣ୍ଡ ସତ କହିବାକୁ ଗଲେ ଏହି ଗଞ୍ଜାଡିଙ୍କ କବଜାରେ ରହିଛି କଣ୍ଟାବାଞ୍ଜି ବସ ଷ୍ଟାଣ୍ଡ, ଏହାକୁ ଉଦ୍ଧାର କରିବା ପାଇଁ ଯାତ୍ରୀମାନେ ପୋଲିସକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି, ତଥା ୧୦୦ ରୁ ଉର୍ଦ୍ଧ୍ଵ ଜାଗାରେ ଏହି ଗଞ୍ଜେଇ କାରବାର ଚଳାଇଛନ୍ତି ବୋଲି ସୂଚନା ମିଳିଛି, ଏହି ଗଞ୍ଜେଇ ନିଶା ଶକ୍ତ ବ୍ୟକ୍ତି ମାନେ ନିଶାରେ ପାଗଳ ପରି ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି ଜନଗହଳି ସ୍ଥାନ ମାନଙ୍କରେ, ସ୍କୁଲ ଓ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଏହା ଏକ ଖରାପ ଦିଶା ଅଟେ ଯା ଆସ କରୁଥିବା ବେଳେ ଏମାନଙ୍କ ଅଶ୍ଳୀଳ ଭାଷା ଶୁଣି ପଠାରୁ ଧ୍ୟାନ ହଟି ଯାଉଛି ବୋଲି ଛାତ୍ରୀ ମାନେ ପ୍ରକାଶ କରିଛନ୍ତି, ଅନ୍ୟ ପକ୍ଷରେ ଗଞ୍ଜେଇ କାରବାର କେଉଁ ଆଧାରରେ ଚାଲିଛି..? କିଏ ଅନୁମତି ପ୍ରଦାନ କରିଛନ୍ତି ଗଞ୍ଜେଇ ବ୍ୟାପାର ପାଇଁ..? ବର୍ଷ ବର୍ଷ ଧରି ଏହି କାରବାର ଚାଲିଆସୁଛି କାହିଁକି ରୋକା ଯାଉ ନାହିଁ..? ନା ଏମାନଙ୍କୁ ଅନୁମତି ଦିଆ ଯାଇଛି ଗଞ୍ଜେଇ କାରବାର ପାଇଁ..?