ସାଂସଦଙ୍କ ହସ୍ତକ୍ଷେପ ଫଳରେ ବାଲେଶ୍ଵର – ଭୁବନେଶ୍ଵର ଡି ଏମ୍ ୟୁ/ ମେମୁ ଟ୍ରେନରେ ବଗି ବୃଦ୍ଧି

*ଦୀର୍ଘ ବର୍ଷ ଧରି ଭଦ୍ରକ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଡିଏମୟୁ/ମେମୁ କରୋନା କଟକଣା ପରେ ପରେ ବାଲେଶ୍ଵରବାସୀଙ୍କ ଅନୁରୋଧକ୍ରମେ ଏହା ବାଲେଶ୍ଵରକୁ ସମ୍ପ୍ରସାରିତ ହୋଇଥିଲା । କିନ୍ତୁ ବାଲେଶ୍ୱର ଷ୍ଟେସନରୁ ବାହାରି ଭଦ୍ରକ ଷ୍ଟେସନ ପହଞ୍ଚିଲା ବେଳକୁ ପ୍ରାୟ ସମସ୍ତ ବାରଟି ବଗି ଯାତ୍ରୀମାନଙ୍କ ପୂର୍ଣ୍ଣ ହୋଇଯାଇଥାଏ । ଫଳରେ ଭଦ୍ରକରୁ ଚଢ଼ୁଥିବା ଯାତ୍ରୀ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥାଏ । ଭଦ୍ରକ ଷ୍ଟେସନ ହେଉଛି ତିନୋଟି ଜିଲ୍ଲା ଯଥା ଭଦ୍ରକ କେଉଁଝର ଓ କେନ୍ଦ୍ରାପଡ଼ା ଅଞ୍ଚଳର ଶହ ଶହ ଯାତ୍ରୀ ଭଦ୍ରକରୁ କଟକ ଭୁବନେଶ୍ୱର ଯାଇଥାଆନ୍ତି। ସେଥିମଧ୍ୟରୁ ସରକାରୀ ଚାକିରିଆ, ରୋଗୀ, ଛାତ୍ରଛାତ୍ରୀ, ଦୈନିକ ଶ୍ରମିକ ଶ୍ରେଣୀୟ ବ୍ୟକ୍ତି ଅଧିକ ନିଜ ନିଜ କାର୍ଯ୍ୟରେ ଏହି ଟ୍ରେନଟିକୁ ଗମନାଗମନର ମୁଖ୍ୟ ମାଧ୍ୟମ ରୂପେ ବ୍ୟବହାର କରିଥାନ୍ତି। ଏହି ଅସୁବିଧା ପାଇଁ ବିଭିନ୍ନ ସଙ୍ଗଠନ ପ୍ରତିମାସ ରେଳ ରୋକ କରିଥାନ୍ତି । ଭଦ୍ରକବାସୀଙ୍କ ଏତାଦୃଶ ଅସୁବିଧାର ସମାଧାନ ପାଇଁ ଭଦ୍ରକର ମାନନୀୟା ସାଂସଦ ସଂସଦ ଭବନରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଗତ ତା.8.5.2022 ଦିନ ପତ୍l ମାନନୀୟା ସାଂସଦଙ୍କ ପୁଣି ଏକ ପତ୍ର ମାଧ୍ୟମରେ ଧାମନଗରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ନୂଆଦିଲ୍ଲୀ ସଂଚାର ଭବନଠାରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଏବଂ ରେଳଭବନରେ ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଵିନୟ କୁମାର ତ୍ରିପାଠୀଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥିଲେ । ଏହି ଆଲୋଚନାରେ ଡିଏମୟୁ(DMU)/ମେମୁ (MEMU) ଟ୍ରେନରେ ଅତିରିକ୍ତ ଚାରି /ପାଞ୍ଚଟି କୋଚ୍ (ବଗି) ସଂଖ୍ୟା ବୃଦ୍ଧି, ଭଦ୍ରକ କଟକ ପସେଞ୍ଜର ଟ୍ରେନକୁ ପୁନଃ ପ୍ରଚଳନ ସହିତ ଭଦ୍ରକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବାହାନାଗା ସୋର, ସବିରା, ଭଦ୍ରକ, ରାଣିତାଲ, ମାର୍କୋଣା, କେନ୍ଦୁଆପଦା, ବାଉଦପୁର, ମଞ୍ଜୁରି ରୋଡ ଓ କପାଳି ରେଲୱେ ଷ୍ଟେସନର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ଖୁବ ଶୀଘ୍ର ପର୍ଯ୍ୟାୟ କ୍ରମେ ଉକ୍ତ ଦାବୀ ଗୁଡ଼ିକ ପୁରଣ ହେବ ବୋଲି ମାନ୍ୟବର ମନ୍ତ୍ରୀ ଏବଂ ରେଳବାଇର ଅଧ୍ୟକ୍ଷ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଣ୍ଡଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଜି ତାହା ଖୁବ୍ ଶୀଘ୍ର ଡି ଏମ ୟୁ/ ମେମୁ ଟ୍ରେନରେ ବଗି ସଂଖ୍ୟା ବାର ରୁ ଷୋହଳ କୁ ବୃଦ୍ଧି ସହିତ ପୂର୍ବପରି ଭଦ୍ରକ- କଟକ ପାସେଞ୍ଜର ଟ୍ରେନକୁ ଚଳାଚଳ ପାଇଁ ବିଜ୍ଞପ୍ତି ପ୍ରକଶ ପାଇଥିବାରୁ ଭଦ୍ରକର ଜନସାଧାରଣ, ବୁଦ୍ଧଜୀବୀ, ଛାତ୍ରଛାତ୍ରୀଙ୍କ, ବିଭିନ୍ନ ବାଣିଜ୍ୟ ସଂଗଠନ ତରଫରୁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ ବୈଷ୍ଣବ, ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ କୁମାର ତ୍ରପାଠୀ, ଭଦ୍ରକର ମାନନୀୟା ସାଂସଦ ଶ୍ରୀମତୀ ମଣ୍ଡଳ ଓ ଧାମନଗରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଶୁଭେଚ୍ଛା, ସାଧୁବାଦ୍ ଓ କୃତଜ୍ଞତା ଜ୍ଞାପନ କରାଯାଇଛି ।*

Leave A Reply

Your email address will not be published.