ଭଗବାନଙ୍କ ଭରସାରେ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବହୁତ ଅବ୍ୟବସ୍ଥା ଘେରରେ ଚାଲିଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଅଞ୍ଚଳର ୨୧ ପଞ୍ଚାୟତ ର ୧୩୨ ଗାଁ ଏବଂ ବେଲପଡା ବ୍ଲକ୍ ର କିଛି ଗାଁ ର ଲୋକ ନିର୍ଭର କରନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ବିଶେଷଜ୍ଞ ଡାକ୍ତର ପଦବୀ ସହ ଅନେକ ପଦବୀ ଖାଲି ପଡ଼ିରହିଛି।ତା ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଷ୍ଟାଫ୍ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି। ଲୋକଙ୍କ ଅଭିଯୋଗ କୁ ଭିତ୍ତି କରି ଆମେ ସ୍ବାସ୍ଥ୍ୟକେନ୍ଦ୍ରର ହାଲ୍ ଚାଲ୍ ଜାଣିବା ପରିଦର୍ଶନ ରେ ଯାଇଥିଲୁ। ସେଠାରେ ଆମେ ଦିନ ଗୋଟାଏ ବେଳେ ପହଞ୍ଚି ଯାହା ଦେଖିଲୁ ଆଶ୍ଚର୍ଯ୍ୟଚକିତ ହୋଇଗଲୁ ଏତେ ବଡ ଡାକ୍ତରଖାନା ଖାଁ ଖାଁ ଲାଗୁଥିଲା ଏତେବଡ ଡାକ୍ତରଖାନା କୁ କେବଳ ଜଣେ ଷ୍ଟାଫ୍ ନର୍ସ ଓ ଜଣେ ସୁରକ୍ଷାକର୍ମୀ ଙ୍କ ଦାୟିତ୍ଵ ରେ ଛାଡି ଦେଇ ରୋଗୀ ଙ୍କ ଭଗବାନ ଡାକ୍ତର ବାବୁ ମାନେ ନିଜ ଘରେ ଆରାମ କରୁଥିଲେ। ଡ୍ୟୁଟି ରେ ଥିବା ଷ୍ଟାଫ୍ ନର୍ସ ଙ୍କ ପ୍ରତିକ୍ରିୟା ନେବାରୁ ତାଙ୍କ କହିବା ମୁତାବକ ଡାକ୍ତର ଖାଇବାକୁ ଯାଇଛନ୍ତି।ଯଦି କୈାଣସି ଗୁରୁତର ରୋଗୀ ଆସନ୍ତି ତା’ହେଲେ ସେ ଆସିବେ।ଯଦି ଡାକ୍ତର ଙ୍କ ଆସିବା ମଧ୍ୟରେ କୈାଣସି ଗୁରୁତର ରୋଗୀ ଙ୍କ ମୃତ୍ୟୁ ହୋଇଯାଏ ତାହେଲେ ସେ ଦାୟିତ୍ଵ କିଏ ନେବ। ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଓ କର୍ମଚାରୀ ମାନେ ନିଜର ମନମୁଖୀ କାର୍ଯ୍ୟ ବନ୍ଦ କରି ରୋଗୀ ସେବା ପ୍ରତି ଧ୍ୟାନ ଦିଅନ୍ତୁ ଓ ଖାଲି ଥିବା ଡ଼ାକ୍ତର ଓ ଅନ୍ୟ ପଦବୀ ସବୁ ଶୀଘ୍ର ପୁରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ନଚେତ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.