ଜଟଣୀ ପୌରାଞ୍ଚଳ ଅଧୀନରେ ଥିବା ବାଛରା ଗ୍ରାମର ପୁନିଆ ପରିଡ଼ାଙ୍କ ସାନ ପୁଅ ସୌମ୍ୟରଞ୍ଜନ ପରିଡ଼ା( କୁନା)ବୟସ ୩୪ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। କୁନା ନିଜ ପିଇସି ଘର ହଇରାଜପୂର୍ ବୁଲିବାକୁ ଯାଇଥିଲା ।ସେଠାରୁ ସେ ଗାଧେଇବା ପାଇଁ ହଇରାଜପୂର୍ ପଶ୍ଚିମସମ୍ଭୁ ଦେବଙ୍କ ପୋଖରୀକୁ ଯାଇଥିଲା। ଗାଧେଇବା ସମୟରେ ପୋଖରୀରେ ବୁଡିଯାଇଥିଲା ।ଆଖ ପାଖ ଲୋକ ଦେଖି କୁନାକୁ ଉଦ୍ଧାର କରିଥିଲେ ।ସେତେବେଳକୁ କୁନାର ପ୍ରାଣବାୟୁ ଉଡ଼ିଯାଇଥିଲ ।ସେଠାରୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଖୋର୍ଦ୍ଧା ମେଡିକାଲ କୁ ନିଆଯାଇଥିଲା।ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।ଏହାପରେ ଡାକ୍ତର ସବ ବେବଛେଦ ପାଇଁ ପଠାଇଥିଲେ ।