ପବିତ୍ର ରଥଯାତ୍ରା ପାଇଁ ଦିଲ୍ଲୀ ଶ୍ରୀ ନୀଳାଚଳ ସେବା ସଙ୍ଘର ପ୍ରସ୍ତୁତି ବୈଠକ

ନୂଆ ଦିଲ୍ଲୀ /ଲଷ୍ମୀନାରାୟଣ ବେବର୍ତ୍ତl(ଆ. ପ୍ର )ଆଗାମୀ ଜୁଲାଇ ମାସ ଏକ ତାରିଖ ଶୁକ୍ରବାର ଦିନ ବିଶ୍ଵବ୍ୟପୀ ଅନୁଷ୍ଠିତ ହେବାକୁ ଯାଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରା ଉତ୍ସବ କୁ ଭକ୍ତି, ଶ୍ରଦ୍ଧାଭାବନା ଓ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବା ନିମନ୍ତେ  ରାଜଧାନୀ ଦିଲ୍ଲୀ ର ହାଉଜଖାସ  ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଙ୍ଘ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଥିବା ଦେଖା ଦେଇଛି .ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନା ଯୋଗୁ ଓ ସରକାର ଙ୍କ ପ୍ରଚଳିତ  ମାର୍ଗଦର୍ଶନ କୁ ଅନୁପାଳନ କରାଯାଇ ରଥଯାତ୍ରା  କେବଳ ବିଧି ଓ ପରମ୍ପରା କୁ ରକ୍ଷା କରାଯାଇ ହାତଗଣତି  କିଛି ଭକ୍ତ ଓ ମନ୍ଦିର ସେବାୟତ, କର୍ମକର୍ତ୍ତା ଓ ମନ୍ଦିର କର୍ମଚାରୀ ଙ୍କୁ ନେଇ କେବଳ ମନ୍ଦିର ବେଢା ମଧ୍ୟରେ ରଥଯାତ୍ରା ପାଳନ କରାଯାଇଥିବା ବେଳେ ବର୍ତ୍ତମାନ କରୋନା ର କିଛିଟା ହ୍ରାସ ଯୋଗୁ ଚଳିତ ବର୍ଷ ଏହି ଉତ୍ସବକୁ ପୂର୍ଵ ଭଳି ଭକ୍ତ ଙ୍କ ଗହଣରେ  ମହାପ୍ରଭୁ ଙ୍କ ରଥ ଟଣାଯିବl ସହ  ଏଥିସହ  ଅନୁଷଙ୍ଗିକ  ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯିବା ପାଇଁ କମିଟି ଏକ ପ୍ରକାର ନିଷ୍ପତ୍ତି ନେଇ ଥିବା ଜଣାଯାଇଛି. ପୂର୍ବରୁ ଏଥିନେଇ ଏକାଧିକ ବାର ବୈଠକ ବସି ରଥଯାତ୍ରା ସମ୍ପର୍କ ରେ  ସବିଶେଷ ଆଲୋଚନା ହୋଇଥିବା ବେଳେ ଗତକାଲି ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଙ୍କ ଅଧକ୍ଷତାରେ  ଦେଢ଼ଶହ ରୁ ଉର୍ଦ୍ଧ ସ୍ବେଛାସେବୀ କର୍ମୀ ଓ ମନ୍ଦିର ର ଉପସ୍ଥିତ ପ୍ରମୁଖ କର୍ମକର୍ତ୍ତା ଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି. ମନ୍ଦିର ପରିସରରେ ସନ୍ଧ୍ୟାରେ ଅନୁଷ୍ଠିତ ଏହି ବୈଠକ ରେ ସ୍ଥିରକୃତ  କାର୍ଯ୍ୟସୂଚୀ ଅନୁଯାୟୀ ରଥଯାତ୍ରା ଦିନ ଶ୍ରୀ ଜୀଉ ମାନଙ୍କ ଦୈନିନ୍ଦୀନ ନୀତି ଗୁଡିକୁ ନିର୍ଦ୍ଧିଷ୍ଟ ସମୟରେ ସମ୍ପନ୍ନ କରିବା, ଅପରାହ୍ନ ଗୋଟାଏ ସୁଦ୍ଧା ରଥ ପ୍ରଥୀଷ୍ଠl, ଗୋଟେ ପନ୍ଦର ସୁଦ୍ଧା ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ପରେ ଶ୍ରୀ ବିଗ୍ରହ ମାନଙ୍କୁ ଧାଡି ପହଣ୍ଡି ରେ ଅଣାଯାଇ ରଥାରୁଢ଼ କରାଯିବା, ରଥଉପରେ ଠାକୁର ମାନଙ୍କ ବିଶେଷ ନୀତି, ଆଳତୀ ସମ୍ପନ୍ନ ହେବା ପରେ ପରେ ଅପରାହ୍ନ ଦୁଇଟା ତିରିଶି ସୁଦ୍ଧା ମନ୍ଦିର ସମ୍ମୁଖ ରୁ ରଥ ଟଣାଯାଇ ହାଉଜଖାସ ଭିଲେଜ ରୋଡ ଠାରୁ ଅରବିନ୍ଦ ମାର୍କେଟ ପାଖ ଦେଇ ଅରବିନ୍ଦ ମାର୍ଗ, ଗ୍ରୀନ ପାର୍କ, ୟୁସୁଫସରାଇ ଏ. ଆଇ. ଆଇ. ଏମ. ଏସ. (A. I. I. M. S.) ସବଦରଜଂଗ  ହସ୍ପିଟାଲ ମୋଡ଼ ଦେଇ ପୁନଶ୍ଚ ସନ୍ଧ୍ୟା ସୁଦ୍ଧା ମନ୍ଦିର ବେଢା କୁ ରଥ କୁ ପ୍ରତ୍ୟାଗମନ  କରାଇବା ସହ ରଥ ସମ୍ୱନ୍ଧୀୟ ଅନ୍ୟlନ୍ୟ ଆନୁସଂଗୀକ କାର୍ଯ୍ୟକ୍ରମ ସମ୍ପର୍କ ରେ ସବିଶେଷ ଆଲୋଚନା ହୋଇଥିଲା. ସେହିଭଳି ଅନ୍ୟlନ୍ୟ ବିଷୟବସ୍ତୁ ମଧ୍ୟରେ ମନ୍ଦିର ସୁରକ୍ଷା ବ୍ୟବସ୍ତା କୁ ସମ୍ପୂର୍ଣ କଡାକଡି କରିବା, ମନ୍ଦିର ମୁଖ୍ୟ ପ୍ରବେଶ ଦ୍ୱାର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ  କ୍ଲୋଜ ସର୍କେଟ କ୍ୟାମେରା ( C C.Camera )ସହ ମେଟେଲ ଡେଟକ୍ଟର ଖଞ୍ଜାଯିବା, ରଥ ଚାରିପଟେ ଘୁରି ବୁଲୁଥିବା ଓ ମନ୍ଦିର ଭିତରେ ପ୍ରବେଶ କରୁଥିବା ଅସାମାଜିକ ଲୋକ ଙ୍କ ପ୍ରତି ତୀକ୍ଷ୍ଣ ନଜର ରଖିବା,ଆଗନ୍ତୁକ ଭକ୍ତ ମାନଙ୍କୁ ପୂର୍ବାହ୍ନ ଏଗାରଟା ଠାରୁ ବିଳମ୍ବିତ ରାତ୍ର ଯାଏ ମିଷ୍ଟlନ୍ନ ଖେଚୁଡ଼ି ଭୋଗ, ଡାଲମା ଓ ହାଲୁଆ ଭୋଗ ସହ ଶୀତଳ ପାନୀୟ ଜଳ ବିତରଣ କରିବା, ଧାରାବାହିକ ବିବରଣୀ ପ୍ରସାରଣ, ରଥ ନିର୍ମାଣ କର୍ଯ୍ୟକୁ ତୁରାନ୍ନିତ କରିବା, ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ଯାନବାହନ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷ ଙ୍କ ସହାୟତା ନେବା, ମନ୍ଦିର ବାହାରେ ଓ ରଥରେ ଉଜ୍ଜଳ ଆଲୋକର ବ୍ୟବସ୍ତା କରାଇବା, ଅସ୍ଥାୟୀ ଚିକିତ୍ସା ଶିବିର, ଅଗ୍ନି ନିର୍ବିପାକଯାନ ଏବଂ ଆମ୍ବୁଲାନ୍ସ ଗାଡି ସଜାଗ ରଖିବା, ପ୍ରବଳ ଭିଡ଼ ଓ ଆଶାତୀତ ଶ୍ରଦ୍ଧାଳୁ ଙ୍କ ସମାଗମ କୁ ଲକ୍ଷ ରଖି ସୁରକ୍ଷା କର୍ମୀ ଓ ସ୍ବେଛାସେବୀ ଭାଇ ମାନଙ୍କୁ ବ୍ୟାପକ ଭାବେ ବିଭିନ୍ନ ସ୍ଥାନରେ ମୁତୟନ କରିବା,  ରୁଦ୍ର ତାପ ରୁ ରକ୍ଷା ପାଇବା ପାଇଁ ଜଳ ସିଞ୍ଚନ,ରଥ ପଛରେ ପାନୀୟ ଜଳ ଓ ଭୋଗ  ଗାଡି ର ବ୍ୟବସ୍ତା, ନବଦିନ ବ୍ୟପି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟlନ୍ୟ ବିଷୟ ଉପରେ ଟିକିନିଖି ଆଲୋଚନା ହୋଇଥିଲା. ଚଳିତ ରଥଯାତ୍ରା ରେ  ମାନ୍ୟବର କେନ୍ଦ୍ର ରେଳ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତି ବିଭାଗୀୟ ମନ୍ତ୍ରୀ  ଶ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି. ବୈଠକ ଶେଷରେ ଏହି ପବିତ୍ର ଘୋଷଯାତ୍ରା କୁ ଉତ୍ସାହ ଉଦ୍ଧିପନା ମଧ୍ୟରେ ପାଳନ କରିବା ସଙ୍ଗେ ସଙ୍ଗେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ ସମ୍ପର୍ପିତ ଭାବ ନେଇ କlର୍ଯ୍ୟ କରିବା ପାଇଁ ଶ୍ରୀ ନୀଳାଚଳ ସେବା ସଙ୍ଘ ର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ସଭାରେ ଉପସ୍ଥିତ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ. ଏହି ପ୍ରସ୍ତୁତି ବୈଠକ ରେ ସ୍ଥାନୀୟ  ବରିଷ୍ଠ ପୋଲିସ ପ୍ରଶାସକ, ମନ୍ଦିର ଉପସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ, ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ, କୋଷାଧକ୍ଷ ପଙ୍କଜ କୁମାର ମlହାନ୍ତି, ସର୍ବୋଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବ ତଥା ମନ୍ଦିର ସଦସ୍ୟ ଜିତେନ୍ଦ୍ର ମହାପାତ୍ର, ସଦସ୍ୟ ରଙ୍କନିଧି ସାହୁ, କ୍ଷୀରୋଦ ପାତ୍ର, ଦିଲ୍ଲୀପ ସ୍ବାଇଁ ଙ୍କ ସହ  ଶ୍ରୀ ନୀଳାଚଳ ସେବା ସଙ୍ଘ ର ଅନ୍ୟlନ୍ୟ ପ୍ରମୁଖ କର୍ମକର୍ତ୍ତା ଓ ମନ୍ଦିର ପରିଚାଳକ ରଶ୍ମୀରଞ୍ଜନ ବେହେରା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିବା ସହ ନିଜ ନିଜର ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ.

Leave A Reply

Your email address will not be published.