ସୃଜନଶୀଳ ଚିନ୍ତା ଚେତନାର ଅନୁପମ ସ୍ୱର ଆଉ ସ୍ୱାକ୍ଷର  : ସଂଗଠକ ବୁଲେଇ ବେହେରା

କଟକ- ଉତ୍କଳୀୟ ଆଦର୍ଶ,ସଂସ୍କୃତିର ଭାବଧାରା ଅବଲୋକନ କଲେ ଆମେ ଜାତିର କଥା ଗାଥା  ମହନୀୟତା ପୁଣି କଳା ସାହିତ୍ୟ, ସେବାର ସଫଳ ରୂପାୟନର ସ୍ପଷ୍ଟ ପ୍ରମାଣିତ ହୁଏ । ସମାଜସେବା, ସମାଜ ସଂସ୍କାର ଆଦିକୁ ଭଲ ପାଉଥିବା ପୁଣି କଳା,ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସତ ଚେଷ୍ଟିତ ପରିଚିତ ବ୍ୟକ୍ତିତ୍ଵ ମାନଙ୍କ ମଧ୍ୟରେ ଦକ୍ଷ ସଂଗଠକ ବିଶିଷ୍ଟ ସମାଜସେବୀ ବୁଲେଇ ବେହେରା ଅନ୍ୟତମ ।  କଟକ ଜିଲ୍ଲା ୪୨ ମୌଜା ସ୍ଥିତ ବହଳପଡା ଗ୍ରାମ ପିତା ବନ୍ତ ବେହେରା,ମାତା ଚମ୍ପା ଦେବୀଙ୍କ କୋଳ ମଣ୍ଡନ କରି ୧୯୫୬ ମସିହାରେ ଜନ୍ମ ନିଅନ୍ତି ଏହି ସାରସ୍ଵତ ସାଧକ । ବିକଶିତ ପ୍ରତିଭା ବୁଲେଇ ୪୨ ମୌଜା ବେଣ୍ଟକାର ହାଇସ୍କଲରେ ମାଟ୍ରିକ,ପରେ କଟକ ରେଭେନ୍ସା ମହାବିଦ୍ୟାଳୟ ଆଇଏ ପାଠ୍ୟକ୍ରମ, ଷ୍ଟେନୋଗ୍ରାଫି ତାଲିମ ପ୍ରାପ୍ତି ଆଦି ଶିକ୍ଷା କ୍ଷେତ୍ରରେ ଖୁବ୍ ସଫଳତା ଆଣିପାରିଛନ୍ତି । ଅଧୁନା ସେ କଟକ ସଦର ୪୨ ମୌଜା ଯାଦବ ମହାସଭାର ସଭାପତି ଭାବେ କାର୍ଯ୍ୟରତ ଏଥିସହ ୪୨ ମୌଜା ବିକାଶ ପରିଷଦର ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ,ଯୁଗ୍ମ ସମ୍ପାଦକ କଟକ ଜିଲ୍ଲା ଇପିଏଫ୍ ପେନସନ ସଂଘ,ସାମାଜିକ ଓ ସାଂସ୍କୃତିକ ସୃଜନଶୀଳ ପତ୍ରିକା ଯାଦବ ଚେତନାର ଏକଜ୍ୟୁଟିଭ୍ ଡାଇରେକ୍ଟର ଆଦି ବହୁ ସଙ୍ଗଠନ ସହ ଜଡ଼ିତ ରହି ନିଜର ସାରସ୍ଵତ ସାଧନା ଜାରି ରଖିଛନ୍ତି । ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭାର ବିକାଶ,ସମାଜସେବା,ସଂସ୍କୃତିର ପୁନଃରୁଦ୍ଧାର,ପୂଜ୍ୟପୂଜା,ସାହିତ୍ୟର ବିକାଶ ଆଦି ଅନେକ ଜନହିତକର କାର୍ଯ୍ୟରେ ସଦା ନିମଗ୍ନ । ବୃତ୍ତିରେ ୪୨ ମୌଜା ଶୀତଳ ଭଣ୍ଡାର ଓ ଓଡ଼ିଶା ହାଇକୋର୍ଟରେ ଷ୍ଟେନୋଗ୍ରାଫର ଭାବେ ଦୀର୍ଘଦିନ କାର୍ଯ୍ୟକରି ଅଧୁନା ଅବସର ଗ୍ରହଣ ପରେ ବହୁବିଧ ସେବାକାର୍ଯ୍ୟରେ ବ୍ରତୀ । ତାଙ୍କ ଉଲ୍ଲେଖନୀୟ କୃତିତ୍ୱକୁ ସଦା ଶିକୃତୀ ଆଉ ଯଥୋଚିତ ସମ୍ମାନ ଜଣାଇ ବହଳପଡା ଗ୍ରାମ୍ୟ କମିଟି ୪୨ମୌଜା,୪୨ମୌଜା ଯାଦବ ମହାସଭା,କଟକ ସଦର ଯୁବ ଯାଦବ ମହାସଭା,କଟକ ଜିଲ୍ଲା ଯୁବ ଯାଦବ ମହାସଭା,୪୨ମୌଜା ବିକାଶ ପରିଷଦ,ନିକୁଞ୍ଜ ବିହାରୀ ଚାରିଟେବୁଲ ଟ୍ରଷ୍ଟ ବାଲିଅନ୍ତା, ଭୁବନେଶ୍ୱର,ସମର୍ପଣ ପରିବାର,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ମୌଜା,ସରସ୍ଵତୀ କଳା ପରିଷଦ କନ୍ଦରପୁର,ଉତ୍କଳ ଯାଦବ ମହାସଭା ଓଡ଼ିଶା, ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ଓଡ଼ିଶା, ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ ଆଦି ବହୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ । ସୃଜନଶୀଳ ପ୍ରତିଭା,ସାରସ୍ଵତ ସାଧକ,ବରେଣ୍ୟ ସ୍ରଷ୍ଟା ବହୁମୁଖୀ ପ୍ରତିଭା ବୁଲେଇଙ୍କ ଚଲାପଥ କୁସୁମିତ ହେଉ ତାଙ୍କ ସ୍ବପ୍ନ ହେଉ ସଫଳ ସମାଲବ୍ଧ ଆଉ ଶୁଭଙ୍କର ଏତିକି ପର୍ଥାନା ।

Leave A Reply

Your email address will not be published.