ବେଲପଡା :ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ମଣ୍ଡଳ ପଂଚାୟତ ରା଼ଡ଼ବାହାଲ ଗାଁ ମନ୍ଦିର ର ରଙ୍ଗ କରିବାକୁ ବ୍ଲକ କୁ ଅନୁଦାନ ଆସିଥିଲା. କିନ୍ତୁ ସେ ଗାଁ ର ଜଣେ ଠିକାଦାର ରଙ୍ଗ କରିବା ବଦଳରେ ମନ୍ଦିର ପରିସରରେ କଂକ୍ରିଟ କାମ କରୁଥିବା ଅଭିଯୋଗ ହୋଇଅଛି. ରଙ୍ଗ କଲେ ଲାଭନାହିଁ କିନ୍ତୁ କଂକ୍ରିଟ କଲେ ଲାଭ ଅଧିକ ତେଣୁ ଠିକାଦାର ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ଙ୍କ ସହଯୋଗରେ ରଙ୍ଗ ବଦଳରେ କଂକ୍ରିଟ କାମ କଲେ. ଏ ବିଷୟରେ ଆମେ ଅଭିଯୋଗ ର ସତ୍ୟତା ଜାଣିବା ପାଇଁ ଉକ୍ତ କାମ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ସାହୁ ଙ୍କୁ ପଚାରି କାମ ର ସ୍ଥିତି ଉପରେ ବୁଝିଥିଲୁ ହେଲେ ସେ ଆମ ଫୋନ ଉଠେଇ ନ ଥିଲେ ଏବଂ ଅଫିସ କୁ ଗଲେ ଫାଇଲ ଦେଖି କହିବି ବୋଲି ଦିନ ଗଡ଼ାଇ ଚାଲିଛନ୍ତି.ତେଣୁ ଏହି ଘଟଣା ରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ଙ୍କ ଜାଣତରେ ହେଉଥିବା ଅନୁମାନ କରାଯାଉଛି. ଏଣୁ ଏ ବିଷୟରେ ତଦନ୍ତ କରି ଘଟଣା ରୁ ପରଦା ଉଠେଇବାକୁ ବିଡ଼ିଓ ଙ୍କୁ ଲୋକେ ଦାବି କରୁଛନ୍ତି.