ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ବେଆଇନ ଭାବେ ବଣ୍ଟନ କରାଯାଇଥିବା ଦୋକାନ ଘରକୁ ସିଲ କଲା  ପ୍ରଶାସନ

ବାଲିଆପାଳ- ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ପଞ୍ଚାୟତର ଜାମକୁଣ୍ଡା ଛକ ପାର୍ଶ୍ଵରେ ଥିବା ପୁରୁଣା ହାଟ ମିନି ମାର୍କେଟରେ ପଞ୍ଚାୟତ ତରଫରୁ ନିର୍ମାଣ କରାଯାଇ ଭଡ଼ା ଦିଆଯାଇଥିବା ଚଉଦଟି ଘରକୁ ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ବାଲିଆପାଳ ବ୍ଲକ,ତହସିଲ ଓ ପଞ୍ଚାୟତର ମିଳିତ ସହଯୋଗରେ ବାଲିଆପାଳ ପୋଲିସ ଫୋର୍ସ ସହାୟତାରେ ଦୋକାନ ଘରକୁ  ସିଲ କରି ପ୍ରଶାସନ ନିଜ ହେପାଜତକୁ ନେଇଛି।ଏପରିକି ଦୋକାନ କରିଥିବା ଦୋକାନୀଙ୍କୁ ବାହାର କରି ଘରକୁ ସିଲ କରାଯାଇଛି।

ଘଟଣାରୁ ପ୍ରକାଶ ଯେ ବାଲିଆପାଳ ପଞ୍ଚାୟତ ଓ ଜିଲ୍ଲା ପରିଷଦ ପାଣ୍ଠିରୁ୨୦୦୪ ମସିହାରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ବ୍ୟବସାୟ ନିମନ୍ତେ ପୁରୁଣା ହାଟ ମିନି ମାର୍କେଟରେ  ତିଆରି ହୋଇଥିବା ଘର ଗୁଡ଼ିକ  ଅନୁ ସୂଚିତ ଜାତି ଓ ଜନଜାତିର ଲୋକଙ୍କ ନାମରେ ଭଡା ଦିଆଯାଇ ସାଧାରଣ ବର୍ଗର ଲୋକମାନେ ବ୍ୟବସାୟ କରି ଆସୁଥିଲେ। ପ୍ରକୃତ ଭଡା ଧାରି ଦୋକାନ ଘର ଗୁଡିକରେ ବ୍ୟବସାୟ କରନ୍ତୁ ନ ହେଲେ ଦୋକାନ ଘର ଗୁଡ଼ିକରୁ ବ୍ୟବସାୟୀଙ୍କୁ ବାହାର କରି ଦିଆଯାଉ ବୋଲି ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରିବା ସହିତ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ଏନେଇ ହାଇକୋର୍ଟରେ ମଧ୍ଯ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ଚଉଦଟି ଦୋକାନ ଘରକୁ ଆଜି ସିଲ କରାଯାଇଛି।ବାଲିଆପାଳ ବିଡ଼ିଓ ସହିତ ତହସିଲଦାର ଦାୟୀତ୍ବରେ  ତୁଲାଉଥିବା ବାଲିଆପାଳ ତହସିଲଦାର ଦିପକ କୁମାର ଦାଶ, ଅତିରିକ୍ତ ତହସିଲଦାର ସ୍ଵାଧୀନ ମିଶ୍ର , ରେଭିନିୟୁ ସୁ ପରଭାଇଜର ଯତୀନ ପାତ୍ର,

ବାଲିଆପାଳ ସଦର ଆର ଆଇ ଦାୟିତ୍ୱରେ ଥିବ ରାଜୀବ ଲୋଚନ ମହାପାତ୍ର ,ବାଲିଆପାଳ ଥାନା ଆଇ ଆଇ ସି ପର୍ଶୁରାମ ସାହୁଙ୍କ ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ବାଲିଆପାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ଦାସ ଉପସ୍ଥିତ ରହିଥିଲେ।ଜିପିଓ ରାମଚନ୍ଦ୍ର ମାରାଣ୍ଡି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜୟ କୁମାର ସି ଦୋକାନ ଘର ଗୋଡ଼ିକୁ ସିଲ୍ କରିଥିଲେ।

Leave A Reply

Your email address will not be published.