ସିନାପାଲିରେ ସଙ୍କୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ଯ କାର୍ଯ୍ଯଶାଳା 

ସିନାପାଲି:-ସ୍ଥାନୀୟ ସରସ୍ୱତୀ ଶିଶୁ ବାଦ୍ଯାମନ୍ଦିର ପରିସରରେ ସିନାପାଲି ସଙ୍କୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ଯ ପ୍ରଶିକ୍ଷଣ କାର୍ଯ୍ଯଶାଳା ସୋମବାର ସଂଧ୍ଯାରେ ଉଦଘାଟିତ ହୋଇଯାଇଛି l ଉଦଘାଟନୀ ସମାରୋହରେ ଅତିଥି ଭାବରେ ସଂଭାଗ ପ୍ରମୁଖ ଗୟାଧର ମହାନ୍ତି,ଜିଲ୍ଲା ପରିଷଦ ସଭ୍ଯା ଆଶା ଜୈନ୍,ସରପଂଚା ସୁନୀତା ମେହେର,ସଂକୁଳ ପ୍ରମୁଖ ତୁଳସୀରାମ ମେହେର,ସ୍ଥାନୀୟ ବିଦ୍ଯାଳୟର ସଭାପତି ରବିଂଦ୍ରନାଥ ଯୋଷୀ ଓ ମୁଖ୍ଯବକ୍ତା ଭାବରେ ସୁସାହିତ୍ଯିକ ଅଧ୍ଯାପକ ଧୃବଚରଣ ପଧାନ ଯୋଗଦାନ କରିଥିଲେ l ପ୍ରାରମ୍ଭରେ ସଂକୁଳ ସଂଯୋଜକ ପ୍ରଦୀପ କୁମାର ବାବୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହପ୍ରଧାନ ଆଚାର୍ଯ୍ଯ ସ୍ୱପ୍ନ କାଣ୍ତ ସଭା ସଂଚାଳନ କରିଥିଲେ l ଉତ୍ତମ ଶିକ୍ଷା ପଦ୍ଧତି ସହ ଶିଶୁ ଭାଇ ଭଉଣୀଙ୍କ ସର୍ବାଙ୍ଗିନ ବିକାଶ ନିମନ୍ତେ ଚାରିଦିନ ବ୍ଯାପି ହେବାକୁ ଥିବା ଏହି କାର୍ଯ୍ଯଶାଳାରେ ସିନାପାଲି ସଙ୍କୁଳର ଆଠ ଗୋଟି ବିଦ୍ଯାଳୟରୁ ଆସିଥିବା ପ୍ରାୟ ଅଶି ଜଣ ଗୁରୁଜୀ ଗୁରୁମା ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି l ଅନ୍ଯମାନଙ୍କ ମଧ୍ଯରେ ସ୍ଥାନୀୟ ବିଦ୍ଯାଳୟର କୋଷାଧ୍ଯକ୍ଷ ବୈଷ୍ଣବ ମେହେର,ସମାଜସେବୀ ଅମିତ ଜୈନ,ବୁଦ୍ଧଦେବ ମେହେର ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସିନାପାଲି ବିଦ୍ଯାମନ୍ଦିରର ସଂପାଦକ ବାମଦେବ ଦାସ ଧନ୍ଯବାଦ ଦେଇଥିଲେ l

Leave A Reply

Your email address will not be published.