ଭଞ୍ଜନଗର- ସ୍ବେଚ୍ଛାସେବୀ ଅନୁଷ୍ଠାନ “ବିପଦର ବନ୍ଧୁ” ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଭଞ୍ଜନଗର ବ୍ଲକ ସ୍ଥିତ ବାହାଡ଼ାପଦର ଉଛ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଏଠାରେ ଅନୁଷ୍ଠାନ ପକ୍ଷରୁ ୨ଟି କ୍ୟାମ୍ପ ଅନୁଷ୍ଠିତ ହୋଇଥିବା ବେଳେ ପ୍ରାୟ ୧୩୫ ଜଣ ରୋଗୀ ଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ଆଜି ପୂର୍ବରୁ ଚିକିତ୍ସିତ ହୋଇଥିବା ସମସ୍ତ ଙ୍କ ଯାଞ୍ଚ କରାଯାଇଥିଲା। ଏଥି ସହିତ ମୋଟ ୪୧ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟଙ୍କୁ ପଠାଯାଇଛି। ଶିବିରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷଣ କରିଥିଲେ । ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ପ୍ରଦୀପ ଜେନା ଙ୍କ ନେତୃତ୍ବରେ ବିପଦର ବନ୍ଧୁର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।