ପାଟଣାଗଡ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଡାଙ୍ଗବାହାଲ ଗ୍ରାମରେ ଧୁମଧାମ ରେ ପାଳିତ ହୋଇଛି ରଥଯାତ୍ରା. ମନ୍ଦିର ରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କୁ ସଜେଇ ଲୋକଙ୍କ ଗହଣ ରେ ପହଣ୍ଡିବିଜେ କରି ରଥରେ ବସାଇ ମାଉସୀ ମନ୍ଦିର ପଟକୁ ପୁରୁଷ ଓ ମହିଳା ମାନେ ରଥ କୁ ଟାଣି ନେଉଥିଲେ. କୀର୍ତନ୍ୟ, ତାଳ, ମୃଦଙ୍ଗ ଓ ଘଣ୍ଟ ଶଙ୍ଖ ରେ କଂପି ଉଠିଥିଲା ଗାଁ ଦାଣ୍ଡ. ଏଇ କାର୍ଯ୍ୟକ୍ରମ ରେ ମନ୍ଦିର ପୂଜକ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ଭୋଜରାଜ ପଧାନ, ଗଙ୍ଗାଧର ସାହୁ, ଜନକ ସାହୁ, ଦେବରାଜ ସାହୁ, ଟଙ୍କ ଅଦାବର ଆଦି ବହୁତ ଗୁଡିଏ ଗ୍ରାମବାସୀ ଉପସ୍ଥିତ ଥିଲେ.