ରାସ୍ତା ମରାମତି ଓ ଆଲୋକିକରଣ ନିମନ୍ତେ ଯୁବଗୋଷ୍ଟିଙ୍କ ଦାବିପତ୍ର

  ସମ୍ବାଦ ପତ୍ର ଦ୍ୱାରା ବାରମ୍ବାର ପ୍ରକାଶ ଫଳରେ କିଶନନଗର  ଥାନା ସମ୍ମୁଖ ବାଲିଘାଟ ଗଡା ରେ  ଭଙ୍ଗା ଇଟା ପଥର ପକାଇ ହୋଇଥିବା ଖାଲକୁ ପୋତିବାକୁ ଚେଷ୍ଟା କରି ସମ୍ପୂର୍ଣ ରାସ୍ତାକୁ ବିପଦ ସଂକୁଳ କରେଇଦିଆ ଯାଇଅଛି | ପୂର୍ବରୁ ସାମାନ୍ୟ ଭଲ ଥିବାବେଳେ ବର୍ତ୍ତମାନ ଅବସ୍ଥାରେ ଏହିରାସ୍ତା ଦେଇ ଚାଲିକି ଯିବା ମଧ୍ୟ କଷ୍ଟକର ଅଞ୍ଚଳ ବାସି ହୃଦୟଙ୍ଗମ କରିସାରିଲେଣି | କଣପାଇଁ କାହା ନିର୍ଦ୍ଧେଶରେ ଏପରି କରା ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ | ଯେକୌଣସି କତୃପକ୍ଷ କରିଥାନ୍ତୁ ନାଁ କାହିଁକି ଏହି ରାସ୍ତା ଦେଇ ଯାତାୟତ କରିଥିବା ଲୋକମାନଙ୍କ ପାଇଁ ମରଣ ଯନ୍ତା ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ | ପୂର୍ବରୁ ରାସ୍ତାରେ ହୋଇଥିବା ଖାଲକୁ ସ୍ଥାୟୀ ମରାମତିର ବ୍ୟବସ୍ଥା ନକରାଯାଇ ରାସ୍ତାରେ ଇଟାପଥର ମାନ ପକେଇ ଖାଲକୁ ଲୁଚେଇବାକୁ ଯାଇ ଏହାକୁ ମରଣ ଯନ୍ତା ଭାବେ ପ୍ରସ୍ତୁତ କରାଯାଇଅଛି | ଯେଉଁଠି କି ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜରକୁ ଆସୁଛି |ଏହା ସହିତ କିଶୋରନଗର ପଞ୍ଚାୟତର ବିଭିନ୍ନ ଗ୍ରାମରେ ରାତିରେ ଆଲୋକିକରଣ ପାଇଁ ଉଦିଷ୍ଟ ଥିବା ବ୍ୟବସ୍ଥା ଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ |ପ୍ରାୟତ ବିଦୁତ ଖୁଣ୍ଟରେ ଥିବା ବଲ ଗୁଡିକ ରାତିରେ ଜଳୁନଥିବା ଦେଖାଯାଉଛି ମୁଖ୍ୟତଃ କିଶୋରନଗର ହାଟ ବାଜର ଓ ମହାନଦୀ ପୋଲ ପାଖରେ ହାଇ ମ୍ୟାସ୍କ ଲାଇଟର ବ୍ୟବସ୍ଥା ନକରାଯିବା ଅତ୍ୟନ୍ତ ଦୁଃଖର ବିଷୟ |ମହାନଦୀର ପୋଲ ଦେଇ କେତେଯେ ଲୋକ ରାତି ଅଧରେ ଏହି ରାସ୍ତା ଦେଇ ଯାଆସ କରନ୍ତି ତାହାର ହିସବ ନାହିଁ ପୋଲରୁ ନଦୀବନ୍ଧକୁ ସଂଯୋଗ କରୁଥିବା ରାସ୍ତା ରାତିରେ ସମ୍ପୂର୍ଣ ଭାବରେ ଅନ୍ଧାର ଯାହା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଅଞ୍ଚଳବାସୀ ମତ ରଖିଛନ୍ତି | ହାଟବଜାର ଭଳି ମହତ୍ୱ ପୂର୍ଣ ଜାଗା ଯୋଉଠି ଛୋଟବଡ଼ ଦୋକାନ ସହିତ ବ୍ୟାଙ୍କ ଅଛି ସେଠାରେ ଆଲୋକୀକରଣର ବ୍ୟବସ୍ଥା ନଥିବା ହେତୁ ଦୋକାନୀ ମାନଙ୍କ ମଧ୍ୟରେ ଚୋରିର ଭୟ ରହୁଛି |ଏହି ସବୁ ଆଞ୍ଚଳିକ ସମଷ୍ୟ କୁ ସମାଧାନ କରିବା ନିମନ୍ତେ ଆଜି କିଶୋରନଗର ଅଞ୍ଚଳର ଏକାଧିକ ଦାୟିତ୍ୱବାନ ଯୁବକ  ମାନଙ୍କ ଦ୍ଵାରା  କିଶୋର ନଗର ଥାନା ସମ୍ମୁଖ ରାସ୍ତାର ମରାମତି ଓ ଗାଁ ରେ ଅଲୌକିକରଣ ପାଇଁ କିଶୋର ନଗର ସରପଞ୍ଚଙ୍କ ନିକଟରେ ଲିଖିତ ଭାବେ ଏକାଧିକ ହସ୍ତାକ୍ଷର ସମ୍ବଳିତ ଦାବିପତ୍ର ପ୍ରଦାନ  କରାଯାଇଛି । ଆଗାମୀ ଦିନରେ ଯଦି କାର୍ଯ୍ୟାନୁଷ୍ଠାନ ପ୍ରଶାସନ ନନିଅନ୍ତି ତେବେ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ସତ୍ୟରଞ୍ଜନ ବିଠ୍, ସତ୍ୟ ସତ୍ରୁଜିତ୍ ଦାସ, ରାମଚନ୍ଦ୍ର ବେହେରା, ରମେଶ ବେହେରା, ଦୀପକ୍ ଦାସ, ଗତନାଥ ବେହେରା, ବିଭେଅନ୍ଦୁ ମଣ୍ଡଳ, ରାଜକେଶୋର୍ ପଲେଇ ପ୍ରମୁଖ ଉପସ୍ଥିତ ରହି ସରପଞ୍ଚଙ୍କ ସହିତ  ଆଲୋଚନା କରିଥିଲେ

Leave A Reply

Your email address will not be published.