ବାଲେଶ୍ଵର,- ବ୍ଲକ ଅଧ୍ୟକ୍ଷାଙ୍କ ହଠାତ୍ ସ୍କୁଲ ପରିଦର୍ଶନ ନେଇ ସରଗରମ ହୋଇ ଉଠିଛି ବିଦ୍ୟାଳୟ ପରିସର ।ଖବର ସଂଗ୍ରହରୁ ଜଣାଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ଅନ୍ତରା ଠାରେ ଥିବା ଅନ୍ତରା ମହତୀପୁର ବାଇଧର ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟକୁ ହଠାତ୍ ପରିଦର୍ଶନରେ ଯାଇଥିଲେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ । ଅଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରଥମେ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଥିବା ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ପରେ ପରେ ଭଲ ଭାବେ ମନ ଲଗାଇ ପାଠ ପଢ଼ାପଢ଼ି କରି ଉଚ୍ଚଶିକ୍ଷା ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପିଲାମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ରୋଷେଇ ଶାଳ ବୁଲି ଦେଖିଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଷଡାନନ ପାଣିଗ୍ରାହୀଙ୍କୁ ସ୍କୁଲ ସମସ୍ୟା ବିଷୟରେ ପଚାରିଥିଲେ । ମାତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ ଓ ଡାଇନିଙ୍ଗିର ବ୍ୟବସ୍ଥା ନଥିବାର ଦେଖି ବଡ଼ ଦୁଃଖ ଅନୁଭବ କରିଥିଲେ ଅଧ୍ୟକ୍ଷା ଶ୍ରୀମତୀ ସାହୁ । ଏବଂ ଆଗାମୀ ଦିନରେ ଏହାକୁ ପୂରଣ କରିବା ଦିଗରେ ନିଶ୍ଚୟ ଚେଷ୍ଟା କରିବେ ବୋଲି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଦେଇଥିଲେ ପ୍ରତିଶ୍ରୁତି । ଏଥିରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେପି ଯୁବନେତା ନିଳମାଧବ ପଣ୍ଡାଙ୍କ ସମେତ ସ୍ଥାନୀୟ ବିଜେପି କର୍ମୀ ଶ୍ଯାମସୁନ୍ଦର ଜେନା, ଜ୍ଯୋତିତି ରଞ୍ଜନ ପଣ୍ଡା, ରଶ୍ମୀ ରଞ୍ଜନ ମହାପାତ୍ର, ପ୍ରଶାନ୍ତ କୁମାର ମହାନ୍ତି, ମାୟାଧର ଜେନା , ଲକ୍ଷ୍ମୀଧର ପଲେଇ, ସରୋଜ ବିଶ୍ବାଳ ପ୍ରମୁଖ ବହୁ ବିଜେପି କର୍ମୀ ଉପସ୍ଥିତ ରହି ଅଧ୍ୟକ୍ଷାଙ୍କୁ ସହଯୋଗ କରିଥିଲେ ।
ଇତ୍ଯବସରରେ ଖଇରା ବ୍ଲକରେ ସର୍ବାଧିକ ନମ୍ବର ରଖିଥିବା ଏବଂ ରାଜ୍ୟରେ ନବମ ସ୍ଥାନ ହାସଲ କରିଥିବା ବର୍ଷାରାଣୀ ମହାପାତ୍ରକୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ଆଗାମୀ ଦିନରେ ଜଣେ ଭଲ ଡାକ୍ତର ହୋଇ ଗରିବ ଲୋକମାନଙ୍କ ସେବା କରିବା ପାଇଁ ବିଜେପି ଯୁବନେତା ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ ।