ଧାମନଗର- ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ନିକଟସ୍ଥ ଶିବ ମନ୍ଦିର ଚାରି ପାର୍ଶ୍ୱରେ ରୋପଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଧାମନଗର ବିଜୁ ମହିଳା ଜନତା ଦଳ ତରଫରୁ ଵୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବଳା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ମାନନୀୟା ସାଂସଦ ଭଦ୍ରକ ଶ୍ରୀମତୀ ମଞ୍ଜୁଲତା ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ “ଗୋଟିଏ ଗଛ କୋଟିଏ ଜୀବନ” ଆମେ ସମସ୍ତେ ଗୋଟେ ଗୋଟେ ଗଛ ଲଗେଇ ତାର ଯତ୍ନ ନେବା ସେଥିରୁ ଅମ୍ଳଜାନ ପାଇ ସମସ୍ତେ ବଞ୍ଚିବା ବୋଲି ଶ୍ରୀମତୀ ମଣ୍ଡଳ ତାଙ୍କ ବକ୍ତବ୍ୟରେ କହିଥିଲେ। ଏଥିରେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦେଇ ଗଛ ହିଁ ଜୀବନ ଗଛ ଲଗାଇ ତାକୁ ବଞ୍ଚାଇ ରଖିବା ସେଥିରୁ ଅମ୍ଳଜାନ ସୁଷ୍ଟୀ ହେଲେ ଆମେ ସମସ୍ତେ ବଞ୍ଚିବା ଏବଂ ଆମେ ସମସ୍ତେ ଏକ ହୋଇ ଆଗାମୀ ୨୦୨୪ରେ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ଏବେ ଠାରୁ ଶପଥ ନେବା ତାଙ୍କ ବକ୍ତବ୍ୟ ରଖିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ବେହେରା,ଏନ୍ଏସି ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଧୁଷୁରୀ,ଜିଲ୍ଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ ଅସୁରାଡି,ଜିଲ୍ଲା ବିଜୁ ମହିଳା ସଭାପତି ତଥା ତିହିଡି ବ୍ଲକ ପୂର୍ବତନ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ,ଦିଶା କମିଟି ସଦସ୍ୟ ତଥା କୋଠାର ସମବାୟ ସମିତିର ସଭାପତି ହରେକୃଷ୍ଣ ପାଢ଼ୀ,ଧାମନଗର ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତି,ଦୋବଲ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ପ୍ରତାପ ସାମଲ,ସ୍ଥାନୀୟ ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ,ସମିତି ସଭ୍ୟ ତଥା ଯୁବ ବିଜେଡି ବ୍ଲକ ସଭାପତି ଭାରତ ବିଜୟ ଦଳାଇ , ଭଦ୍ରକ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଂପାଦକ ସୁଶାନ୍ତ କୁମାର ପଣ୍ଡା,ଚୁଡାକୁଟି ପଞ୍ଚାୟତ ସରପଞ୍ଚ କସ୍ତୁରୀ ବିଶ୍ୱାଳ,ସମିତି ସଭ୍ୟ ଜ୍ଞାନରଂଜ ମହାକୁଳ,ପୂର୍ବତନ ସମିତି ସଭ୍ୟ ରଂଜିତ ଜେନା,ଯୁବ ସମାଜସେବୀ ମାୟାଧର ପଣ୍ଡା(ଚଗୁଲ ନନା),କଲ୍ୟାଣି ସରପଞ୍ଚ ଓ ସମିତି ସଭ୍ୟ, ଏନ ଏ ସି ଅଞ୍ଚଳର କେତେକ କାଉନସିଲରଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ।