ଧାମନଗର- ଧାମନଗର ବ୍ଲକ ଅନ୍ତର୍ଗତ ଦେହୁଡି ଆନନ୍ଦ ପୁର ପଞ୍ଚାୟତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ପିଲା ମାନେ ପାଠ ପଢ଼ିବା ରେ ନାହିଁ ନ ଥିବା ଅସୁବିଧାରେ ଦିର୍ଘ ଦିନ ଧରି ସମ୍ମୁଖୀନ ହେଉଛନ୍ତି ।ସୂଚନା ଥାଉକି ଏଠାରେ ନବମ ଦଶମ ଶ୍ରେଣୀରେ ୧୩୫ଜଣ ପିଲା ପାଠ ପଢ଼ୁଥିବା ଵେଳେ ଜଣେ ମାତ୍ର ହିନ୍ଦୀ ଶିକ୍ଷକ ରେ ଚାଲିଛି ପାଠ ପଢା।ଏହାର ପ୍ରତିବାଦରେ ଆଜି ଆନନ୍ଦ ପୁର ପଞ୍ଚାୟତ ର ଅଭିଭାବକ,ଓ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଶାନ୍ତି ପୂର୍ଣ୍ଣ ଭାବରେ ଵିଦ୍ୟାଳୟର ମୁଖ୍ୟ ଫାଟକ ସମୁଖରେ ଗଣ ଧାରଣାରେ ବସିବା ସହ ଜିଲ୍ଲା ଶିକ୍ଷା ଅଧିକାରୀ,ଗଣଶିକ୍ଷା ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ,ଭଦ୍ରକଜିଲ୍ଲା ପାଳଙ୍କୁ ରେଜିଷ୍ଟ୍ରି ଡାକ ଯୋଗେ ଦାବି ପତ୍ର ପ୍ରଦାନ କରାଯାଇଥିବା ଵେଳେ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଭାବକମାନେ ଭେଟି ଦାବି ପତ୍ର ଦେଇଛନ୍ତି। ଏହି ଧାରଣାରେ ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପତି,ଯୁବ ସମାଜ ସେବି ସଞ୍ଜୟ ମିଶ୍ର , ନାରାୟଣ ଚନ୍ଦ୍ର ପୃଷ୍ଟି, ସରୋଜ ଖୁଣ୍ଟିଆ, ଧରଣୀଧର ଜେନା ,ଜଗନ୍ନାଥ ସାହୁ ,ରବୀନ୍ଦ୍ର ଦାସ ,ଲକି ମିଶ୍ର ,ଗଜେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ତୁରନ୍ତ ଏକ ମାସ ଭିତରେ ଯଦି ଏହି ବିଦ୍ୟାଳୟ ରେ ଶିକ୍ଷକ ନିଯୁ୍କ୍ତି ନ କରାଯାଏ ଆଗାମୀ ଦିନରେ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କ ସମେତ ଅଭିଭାବକ ମାନେ ସମସ୍ୟାର ସ୍ଥାୟୀ ସମାଧାନ ନହେଵା ପର୍ଯ୍ୟନ୍ତ ଧାରଣାରେ ବସିଵେ ଵୋଲି ପ୍ରଶାସନକୁ ଚେତାବନି ଦେଇଛନ୍ତି।