କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ମାଁ ଓ ପୁଅଙ୍କୁ ୧୦ ବର୍ଷ ଜେଲ, ଓ ୧୫ ହଜାର ଟଙ୍କା ଫାଇନ l ଏଭଳି ଏକ ଆଜି ରାୟ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏଡିଜେ କୋର୍ଟ l ସୂଚନାଯୋଗ୍ୟ ଯେ କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର ୫ ର ସୁରେଶ ଘିବେଲାଙ୍କ ଝିଅ ପିଙ୍କି, ସହରର ୮ ନମ୍ବର ୱାର୍ଡ ର ପୂର୍ଣ୍ଣ ବଗର୍ତ୍ତିଙ୍କୁ ବିବାହ କରିଥିଲେ l କୌଣସି କଥାକୁ ନେଇ ଉଭୟେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗାଳିଗୁଲଜ ଲାଗିରହୁଥିଲା l ଗୋଟିଏ ଦିନ ହଠାତ ପୂର୍ଣ୍ଣ ବଗର୍ତ୍ତି, ନିଜ ଶଶୁର ସୁରେଶ ଘିବେଲାଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ତୁମ ଝିଅ ଆତ୍ମହତ୍ୟା କରିଥିବା କହିଥିଲେ l ହେଲେ ପିଙ୍କିଙ୍କ ବାପା ଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବା ନେଇ ଗତ ୨୯.୦୭.୨୦୧୧ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ l ସେହି ସମୟରେ କଣ୍ଟାବାଞ୍ଜି ପୋଲିସ ଘଟଣାର ତଦନ୍ତ କରି ଗିରଫ ହୋଇଥିଲେ ସ୍ୱାମୀ ଓ ନିଜ ମାଁକୁ l ଦୀର୍ଘ ବର୍ଷ ଧରି କୋର୍ଟରେ ମାଲଲା ଚାଲିଥିବା ବେଳେ ଆଜି ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀ ପୂର୍ଣ୍ଣ ବଗର୍ତ୍ତି ଓ ନିଜ ମାଁ ଲାଲଦେଇ ବଗର୍ତ୍ତିଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ l ଓ ୧୫ ହଜାର ଟଙ୍କା ଫାଇନ କରିଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ l ୩୦୪ (ବି) ରେ ଦଶ ବର୍ଷ କାରାଦଣ୍ଡ , ୪୯୮ (ଏ ) ରେ ଦଶ ହଜାର ,ଡାଉରି ପ୍ରୋଭିଜନ ଆକ୍ଟ ରେ ପାଞ୍ଚ ହଜାର ଟଙ୍କା ଫାଇନ କରିଛନ୍ତି l ସରକାରୀ ଓକିଲ ପ୍ରମୋଦ କୁମାର ପାଣିଗ୍ରାହୀ ସୂଚନା ରହିଛି, ବର୍ତ୍ତମାନ ପୂର୍ଣ୍ଣ ବଗର୍ତ୍ତୀ ଜେଲରୁ ବେଳରେ ଆସି ଦ୍ଵିତୀୟ ବିବାହ କରି ଦୁଇଟି ଛୋଟ ଛୋଟ ଶିଶୁ ବାପା ହୋଇଥିଲା, ଦସ ବର୍ଷ ସଜା ପରେ ଶିଶୁ ମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟରେ ଗତି କରୁଥିବା ବେଳେ କଣ କରିବେ ଏହି ଛୋଟ ଶିଶୁ ମାନେ ବୋଲି ସହରବାସୀଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି