ସୁମଣ୍ଡଳ ଶାଖାରେ ୧୦ ଦିନ ଧରି ଲିଙ୍କ୍ ଫେଲ୍, ଗ୍ରାହକ ହନ୍ତସନ୍ତ

ବେଗୁନିଆପଡ଼ା:- ଦୀର୍ଘ ୧୦ ଦିନ ଧରି ବ୍ଯାକଂ ଶାଖାରେ ଲିକଂ ରହୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଗ୍ରାହକ। ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ବ୍ଯାକଂ ଅଫ୍ ଇଣ୍ଡିଆ ଶାଖାରେ ଦେଖା ଦେଇଛି ଏଭଳି ଅବ୍ଯବସ୍ଥା। ଏହି ଶାଖାକୁ ଆଖପାଖ ଅଞ୍ଚଳରୁ ଶହଶହ ସଂଖ୍ୟାରେ ଗ୍ରାହକ ଦୈନିକ ଆସୁଥିବା ବେଳେ ଟକାଂ ଉଠାଣ, ଡିପୋଜିଟ ଏପରିକି ପାସ୍ ବୁକ୍ ପ୍ରିଣ୍ଟ ମଧ୍ୟ ହୋଇ ପାରୁନି। ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଗ୍ରାହକ ଅଟୋ ଯୋଗେ ଆସି ବାରମ୍ବାର ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ସେପଟେ ଚାଷ କାର୍ଯ୍ୟ ଜୋର୍ ସୋର୍ ରେ ଚାଲିଥିବା ବେଳେ ଚାଷୀମାନେ ମଧ୍ୟ ଟକାଂ ଉଠାଇ ନପାରି ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି।ଲିଙ୍କ ଫେଲ୍ ଯୋଗୁଁ ଏଟିଏମ୍ ରୁ ମଧ୍ୟ ଟକାଂ ଉଠାଣ ହୋଇ ପାରୁନି। ଦୀର୍ଘ ୧୦ ଦିନ ଧରି ଏହି ବ୍ଯାକଂ ରେ ଲିକଂ ଫେଲ୍ ହୋଇ ଯାଇଥିବା ବେଳେ ବ୍ଯାକଂ ର କୌଣସି କାର୍ଯ୍ଯ କରିବା ସମ୍ଭବପର ହୋଇ ପାରୁନି ବୋଲି କହିଛନ୍ତି ବ୍ଯାକଂ ଶାଖା ପରିଚାଳକ। ସେପଟେ ଏନେଇ ବିଏସଏନଏଲ କର୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହେଉ ନଥିବା ସେ ପ୍ରକାଶ କରିଛନ୍ତି। ବ୍ଯାକଂ ଶାଖାରେ ବିଏସଏନଏଲ ଇଣ୍ଟରନେଟ ଲାଗିଥିବା ବେଳେ ବିଭିନ୍ନ ସମୟରେ ଲିଙ୍କ ଫେଲ୍ ହୋଇଯିବାରୁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କର୍ମଚାରୀ ଓ ଗ୍ରାହକ। ବିଏସଏନଏଲ ର ମନମୁଖୀ କାର୍ଯ୍ଯ ଯୋଗୁଁ ଅସୁବିଧା ଭୋଗୁଛନ୍ତି ଗ୍ରାହକ। ବ୍ଯାକଂ ସେବା ପ୍ରଦାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଗ୍ରାହକ ।ତେବେ ତୁରନ୍ତ ଉଚ୍ଚ କତୃପକ୍ଷ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାହକ।

Leave A Reply

Your email address will not be published.