ପିଲାଙ୍କ ଛାଲ ଉତାରୁଛନ୍ତି ମାଷ୍ଟ୍ରେ ସୁରକ୍ଷା ଦେଉଛନ୍ତି ହେଡ୍ ମାଷ୍ଟ୍ରେ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ନୋଡାଲ ପ୍ରାଥମିକ ବିଦ୍ୟାଳୟ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଘଟଣା ଅନୁସାରେ ସ୍କୁଲ ର ଶିକ୍ଷକ କୋଦଣ୍ଡ ନାଏକ ସ୍କୁଲ ରେ ଅଧ୍ୟୟନ କରୁଥିବା ଚାରି ଜଣ ଛାତ୍ର ଙ୍କୁ ଅମାନୁଷିକ ଭାବରେ ପିଟି ବାରୁ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅସୁସ୍ଥ ଅନୁଭବ କରୁଛନ୍ତି।ଏହି ଘଟଣାଟି ଘଟିଛି ଗତ ମଙ୍ଗଳବାର ଦିନ ତିନି ଦିନ ପରେ ମଧ୍ୟ ପିଲାଙ୍କ ଦେହରୁ ମାଡ ଚିହ୍ନ ଲିଭି ନାହିଁ। ଆପଣ ମାନେ ଅନୁଭବ କରି ପାରୁଥିବେ ଶିକ୍ଷକ ଜଣଙ୍କ କିପରି ନିର୍ଦୟ ଭାବରେ ପିଟି ଥିବେ। ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ କାହା ପ୍ରଶୟରେ ଶିକ୍ଷକ ଜଣଙ୍କ ଏପରି କାମ କରିବାକୁ ସାହାସ ଜୁଟାଇ ପାରିଲେ।ଏ ବିଷୟରେ ଯେତେବେଳେ ଆମେ ହେଡ୍ ମାଷ୍ଟ୍ରାଣୀ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କଲୁ ସେ ସଙ୍ଗେ ସଙ୍ଗେ ଉତ୍ତକ୍ଷିପ୍ତ ହୋଇ ସାମ୍ବାଦିକ ଙ୍କୁ ଅସଦାଚରଣ କରିବା ସହ ଆପଣ ବିନା ଅନୁମତିରେ କାହିଁକି ଫୋଟୋ ଭିଡିଓ ଉତ୍ତୋଳନ କରୁଛନ୍ତି କହିବା ସହ ଆପଣ ମାନଙ୍କୁ ଜଣା ନାହିଁ କି ସରକାର ସ୍କୁଲ ପରିସରରେ ସାମ୍ବାଦିକ ମାନଙ୍କ ପ୍ରବେଶ ନିଷେଧ ବୋଲି କହିଥିଲେ।ଆମେ ତାଙ୍କୁ ମାଷ୍ଟ୍ରେ ଙ୍କ ବିଷୟରେ ପଚାରିବାରୁ ମୁଁ ଏ ବିଷୟରେ ଆଜି ଜାଣିବାକୁ ପାଇଛି ବୋଲି କହିଥିଲେ।ଏ ବିଷୟ ନେଇ ସ୍କୁଲରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୋଷୀ ମାଷ୍ଟ୍ର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ତରଫରୁ ଦାବି କରାଯାଇଥିଲା। ଶେଷରେ ଶିକ୍ଷକ ଙ୍କୁ ଏହି ସ୍କୁଲ ରୁ ଅନ୍ୟ ସ୍କୁଲ କୁ ବଦଳି କରାଯିବା ନିଷ୍ପତ୍ତି ରେ ସମସ୍ତେ ସହମତି ପ୍ରକାଶ କରିଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସି ଆର୍ ସି କୁଞ୍ଜବିହାରୀ ସରାଫ ଙ୍କୁ ଅଭିଭାବକ ଙ୍କ ତରଫରୁ ଜଣାଇ ଦିଆଯାଇଛି। ଏହି ସମୟରେ କିଛି ମହିଳା ହେଡ୍ ମାଷ୍ଟ୍ରାଣୀ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ହୋ ହାଲ୍ଲା କରିଥିଲେ ତାଙ୍କ କହିବା ମୁତାବକ ପିଲାଙ୍କୁ ଆମେ ପାଠ ପଢାଇବାକୁ ପଠାଉଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ପିଲାଙ୍କୁ ସବୁଦିନ ଲଟା ଓପାଡିବାକୁ କହୁଛନ୍ତି।ପିଲାମାନେ ପାଣି କାଦୁଅରେ ଲଟା ଓପାଡି ସଂକ୍ରମଣ ର ଶୀକାର ହେବା ସହ ଜ୍ବର ରେ ପିଡୀତ ହେଉଛନ୍ତି। ଛାତ୍ର ଛାତ୍ରୀ ମାନେ ସ୍କୁଲ ଆସିବାକୁ ଭୟ କରୁଛନ୍ତି।ଆମେ ବାରମ୍ବାର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ସେ କୈାଣସି କଥା ଶୁଣୁ ନାହାନ୍ତି ନିଜ ଇଚ୍ଛାରେ କାମ କରୁଛନ୍ତି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି। ଶିକ୍ଷକ କୋଦଣ୍ଡ ନାଏକ ଙ୍କ କହିବା ଅନୁସାରେ ମୁଁ ପିଲାଙ୍କୁ ପିଟିଥିଲି ଏବଂ ଆଗକୁ ଏପରି ଭୁଲ୍ କରିବି ନାହିଁ ବୋଲି କ୍ୟାମେରା ଆଗରେ ଜଣାଇଥିଲେ। ତୁରନ୍ତ ପ୍ରଶାସନ ଦୋଷୀ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ।

Leave A Reply

Your email address will not be published.