ଏନଆରଇଜିଏସ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତିର ଆଶଙ୍କା,ତଦନ୍ତ ଦାବି 

କୁହିକା-କେନ୍ଦ୍ର ସରକାର ଆରମ୍ଭ କରିଥିବା ଯୋଜନା ମଧ୍ୟରୁ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏକ ଅନ୍ୟତମ ।ଏହି ଯୋଜନାରେ ସାରା ଭାରତ ବର୍ଷରେ ଗରିବ ଲୋକ ଯବ କାର୍ଡ ଧାରୀ ମାନେ ଏହି ଯୋଜନାରେ  ଉପକାର ପାଇ ପାରିବେ ।ଏହି ଯୋଜନାରେ ଗରିବ ଲୋକମାନଙ୍କ ଉପକାର ହେବା ପ୍ରତିବଦଳରେ ବର୍ତ୍ତମାନ ସମୟରେ ଏହି ଯୋଜନାରେ ସର୍ବାଧିକ ଦୁର୍ନୀତି ହେଉଥିବାର ଦେଖିବାକୁ ମିଳିଛି ।ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋ଼ଳ ଗ୍ରାମପଞ୍ଚାୟତ କଲରଙ୍ଗିଅତ୍ତା ଗ୍ରାମର ଶ୍ରମଶକ୍ତି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଆଜିକୁ ପ୍ରାୟ ଏକ ମାସରୁ ଅଧିକ ହେବ ଦୁଇଟି ବୃହତ୍ତମ ଫଳକ ଲାଗିଅଛି ।କିନ୍ତୁ ଏହି ଫଳକରେ କାର୍ଯ୍ୟର କୋଡ଼,କେତେ ଟଙ୍କା ବ୍ୟୟ,କଣ କାମ ହୋଇଛି ତାହା କିଛି ଲେଖା ହୋଇନାହିଁ ।ଏଠି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି କି କେଉଁ କାର୍ଯ୍ୟ ପାଇଁ ଏହି ଫଳକ ଲାଗିଛି ?କେତେ ବ୍ୟୟ ଅଟକଳରେ ଏହି କାର୍ଯ୍ୟ ?ଯଦି କାର୍ଯ୍ୟ ଶେଷ ହୋଇଛି ତେବେ ଫଳକରେ କାହିଁକି କୌଣସି ସୂଚନା ନାହିଁ ?ଯଦି ଆରମ୍ଭ ହୋଇନି ତେବେ କେବେ ଆରମ୍ଭ କେବେ ଶେଷ ହେବ ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ?ଏନେଇ ସୁକିନ୍ଦା ବ୍ଲକ ଏହି ପଞ୍ଚାୟତ ଅଧୀନରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀ ହୃଷିକେଶ ଜେନାଙ୍କ ମତାମତ ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ରିସିଭ କରିନଥିଲେ ତେଣୁ ତାଙ୍କର ମତାମତ ସ୍ଥାନ ପାଇପାରୁ ନାହିଁ ।ଅନ୍ୟପକ୍ଷରେ ସ୍ଥାନୀୟ ସରପଞ୍ଚ କନକଲତା ସର୍ଦ୍ଦାରଙ୍କ ମତାମତ ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ନେଟୱାର୍କ ବାହାରେ ଥିବାରୁ ମତାମତ ସ୍ଥାନ ପାଇପାରୁ ନାହିଁ ।

Leave A Reply

Your email address will not be published.