ଯୁବତୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ରସିକିଆ ପୁଲିସ୍ ଡ଼୍ରାଇଭର

ସୋନପୁର – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସୁବଳୟା ଥାନା ଅଞ୍ଚଳରେ ଘଟି ଏକ ଲଜ୍ୟା ଜନକ ଘଟଣା ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ ଗଲେ ପୁଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପ୍ରଧାନ । ସୋନପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି ରଞ୍ଜିତ ପ୍ରଧାନ । ଗତକାଲି ଜିଲ୍ଲାର ସୁବଳୟା ଥାନାରେ ଜଣେ ଯୁବତୀ ରଞ୍ଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଏହାପରେ ଅଭିଯୋଗକ୍ରମେ ସୁବଳୟା ଥାନାରେ ଏତଲା ଦାୟର ହୋଇଥିଲା ଏହାପରେ ରଞ୍ଜିତଙ୍କୁ ଉଠାଇଆଣିଲା ପୋଲିସ ଗିରଫ କରିଛି । ପୂର୍ବରୁ ରଞ୍ଜିତ ନାରେ ନବରଙ୍ଗପୁରରେ ଚାକିରୀ କରୁଥିଲେ ସେଠାରେ ମଧ୍ୟ ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ସମାନ ଅଭିଯୋଗ ଆଣିଥିଲେ । କିନ୍ତୁ ଘୁଷୁରୀ ପ୍ରକୃତି ପଙ୍କରେ ଲୋଟେ ଭଳି ରଞ୍ଜିତଙ୍କ ଚିରତ୍ରରେ ପରିବର୍ତ୍ତନ ହେଲାନାହିଁ । ଏବେ ପୁଣି ସୁବଳୟା ଥାନାରେ ଏତଲା ଦେଇଛନ୍ତି ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଦୁଷ୍କର୍ମ ଭଳି ଅଭିଯୋଗ ପରେ ପୋଲିସ୍ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଅଭିଯୁକ୍ତ ଡ୍ରାଇଭରକୁ ହାଜତକୁ ପଠାଇ ଥିବା ଜଣାପଡିଛି ।

Leave A Reply

Your email address will not be published.