ବିଭିନ୍ନ ଦାବି ନେଇ ଓଡିଶା କୃଷକ ସାଥି ସଂଘର ଗଣଧାରଣା

ଧାମନଗର- ଧାମନଗର ବ୍ଲକ କୃଷକ ସାଥି ସଂଘ ୧୪ଦଫା ଦାବି ନେଇ ଆଜି ଧାମନଗର କୃଷି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।ଓଡିଶା କୃଷକ ସାଥି ସଂଘ୨୦୦୬ରୁ୨୦୨୧ ଦିର୍ଘ ୧୫ ବର୍ଷ ଓଡିଶା ସରକାରଙ୍କ କୃଷି ଓ କୃଷକମାନଙ୍କ ବିକାଶ ନିମନ୍ତେ ଯେଉଁ ଉନ୍ନୟନ ମୁଳକ କାର୍ଯ୍ୟକ୍ରମର ସଫଳ ରୂପାୟନ  ଅନୈତିକ ଭାବରେ ଆମ ମାଧ୍ୟମରେ କରିଆସୁଛନ୍ତି ତାର ପ୍ରତିବାଦରେ ଆଜି ଧାମନଗର କୃଷକ ସାଥି ସଂଘ ଗଣ ଧାରଣା ଦେବା ସହିତ ବିଭିନ୍ନ ଦାବି ପୁରଣ ନହେଵା ପର୍ଯ୍ୟନ୍ତ ସଂଘ ତାର ଆନ୍ଦୋଳନ ଜାରି ରଖିବ। ସଂଘର ବିଭିନ୍ନ ଦାବି ଗୁଡିକ ହେଲା ସରକାର କୃଷକ ସାଥି ପଦ ଉଠାଇ କୃଷି କର୍ମଚାରୀ ମାନ୍ୟତା ଦେବା। 

କୃଷକ ସାଥିମାନଙ୍କୁ ତାଲିମ ପ୍ରଦାନ କରିବା।

ମେଟ୍ରିକ ଯୋଗ୍ୟତା ଭିତିରେ ନିଯୁକ୍ତି ଦେବା

କୃଷକ ସାଥିମାନଙ୍କ ପାଇଁ ଡ୍ରେସ କୋଡ କରିବା।

କେନ୍ଦ୍ରିୟ ଭୁମି ପୋଷଣ କାର୍ଯ୍ୟକ୍ରମରେ ସାମିଲ କରିବା।

ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା ଯେଉଁ ମତ୍ସଚାଷି ମାନଙ୍କୁ ପୋଖରୀ ଖୋଳିବାକୁ ଦିଆଯାଉଛି ତାର ତଦାରଖ ଦାୟିତ୍ବ ପ୍ରଦାନ କରିଵା ସମସ୍ତ କୃଷିଭିତ୍ତିକ ଉନ୍ନୟନ କାର୍ଯ୍ୟକ୍ରମରେ ଏନଜିଓ ମାନଙ୍କୁ ହଟାଇ କୃଷକ ସାଥିମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସର୍ବନିମ୍ନ ମାସିକ ଦରମା ୧୫୦୦୦ହଜାର ଟଙ୍କା ପ୍ରଦାନ କରିବା ଭଳି ୧୪ଗୋଟି ଦାବି ନେଇ ଆଜି ଧାମନଗର କୃଷକ ସାଥି ସଂଘ କୃଷି ଵିଭାଗ ଅଫିସ ଆଗରେ ଗଣଧାରଣା ଦେଇଛନ୍ତ।ଯଦି ସରକାର ଦାଵି ପୁରଣ ନକରନ୍ତି ଆଗାମୀ ଦିନରେ ବିଧାନସଭା  ସମ୍ମୁଖରେ ଅନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ଵୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.