ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ୧୮ ବର୍ଷ ରୁ ଅଧିକ ବୟସ୍କ ବ୍ୟକ୍ତି ଙ୍କ ପାଇଁ ପ୍ରାକ୍ ସତର୍କତା କରୋନ ଟୀକା କରଣ ର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏମ୍ ସି ଏଚ୍ ବିଲଡିଂ ରେ ଅନୁଷ୍ଠିତ ଏହି ଶୁଭାରମ୍ଭ ଟୀକା କରଣ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ଜିଲ୍ଲାର ସମସ୍ତ ୧୮ ବର୍ଷ ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ନିର୍ଭୟରେ ପ୍ରାକ୍ ସତର୍କତା କରୋନା ଟୀକା ନେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାର ୪୩ ଗୋଟି ଟୀକା ଦାନ କେନ୍ଦ୍ରରେ ଦୁଇ ଟି ପୌରପାଳିକା ଓ ଦଶ ଟି ବ୍ଲକ ରେ ତା୧୫/୭/୨୦୨୨ ଠାରୁ ତା ୨୭/୯/୨୦୨୨ ଯାଏ ଦୀର୍ଘ ୭୫ ଦିନ ଧରି ମାଗଣାରେ ଏହି ଟୀକା ଦାନ କରାଯିବ। ସକାଳ ୯ ଘଟିକା ରୁ ସନ୍ଧ୍ୟା ୫ ଘଟିକା ଯାଏ ଟୀକା ଦାନ କେନ୍ଦ୍ର ଖୋଲା ରହିବ। ନବରଙ୍ଗପୁର ଜିଲ୍ଲାର ୭୪୨୦୮୬ ଜଣଙ୍କୁ ଟୀକା କରଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ୭୦୦୦ ଭେକ୍ ସେନ୍ ଉପଲବ୍ଧ ରହିଛି। ଆଜିର ଟୀକା ଦାନ ଉଦଘାଟନୀ ଦିବସରେ ଜିଲ୍ଲାରେ ୧୬୦୦ ଜଣକୁ ସେଥି ମଧ୍ୟରୁ ୪୦୦ ଜିଲ୍ଲା ସଦର ମହକୁମାର ଏହି ପ୍ରାକ୍ ସତର୍କତା କାରୋନା ଟୀକା କରଣ କରାଯାଇଛି। ଟୀକା ଦାନ ଶୁଭାରମ୍ଭ କାର୍ଯ୍ୟ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡି ପି ଏଚ ଓ, ଡକ୍ଟର ମଳୟ କୁମାର ତ୍ରିପାଠୀ, ଏଡି ଏମ୍ ଓ (ଏଫ୍ ଡ ବ୍ଲୁ) ଡକ୍ଟର ମଳୟ କୁମାର ତ୍ରିପାଠୀ, ଡକ୍ଟର ନୀଳମଣି ଦିଲିପ୍ ଚାନ୍ଦ ବେହେରା, ଡକ୍ଟର ସୁକାନ୍ତ ଶତପଥୀ, ଡି ପି ଏମ୍, ସୁଶାନ୍ତ ପ୍ରହରାଜ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ୍ ଙ୍କ ସମେତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର କର୍ମଚାରୀ,ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ।