ବାଲିଆପାଳ – ବାଲିଆପାଳ ପଞ୍ଚାୟତ ର କଚୁଆପଡା ଗ୍ରାମରେ ଥିବା ସୁବର୍ଣ୍ଣରେଖା ହାଇସ୍କୁଲ ଖେଳ ପଡ଼ିଆରେ ନିର୍ମାଣ ହେଉଥିବା ନୂଆ ବସ ଷ୍ଟାଣ୍ଡ କୁ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ବାଲିଆପାଳ ବ୍ଲକର ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ବାଲିଆପାଳ ତହସିଲଦାର ଦାୟିତ୍ୱରେ ଥିବା ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଉକ୍ତ ପଡିଆ ୬ ଦଶନ୍ଧି ରୁ ଅଧିକ ଦିନ ହେବ ସୁବର୍ଣ୍ଣରେଖା ହାଇସ୍କୁଲ ର ଖେଳ ପଡିଆ ଭାବରେ ବ୍ୟବହାର ହୋଇଆସୁଥିବା ବେଳେ ଆଞ୍ଚଳିକ ସ୍ତର ରେ ଖେଳ ପ୍ରତିଯୋଗିତା ସହିତ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଖେଳ କୁଦ ପ୍ରତି ଯୋଗିତା ହୋଇ ଆସୁଛି ଏହା ସହିତ ଉକ୍ତ ପଡିଆରେ ଦଳୀୟ ସଭା ସମିତି, ମହୋତ୍ସବ, ଗ୍ରାମୀଣ ମେଳା ପରି ବହୁ ସାମାଜିକ କାର୍ଯ୍ୟ ଅନୁଷ୍ଠିତ ହୋଇ ଆସୁଅଛି। ଯାହାକି ବାଲିଆପାଳ ପଂଚାୟତ ର ଆଖପାଖ ୭/୮ ଟି ପଞ୍ଚାୟତର କେନ୍ଦ୍ର ବିନ୍ଦୁ ରେ ଉକ୍ତ ପଡିଆ ହୋଇଥିବାରୁ ସାର୍ବଜନୀନ ମେଳା ମହୋତ୍ସବ, ନିର୍ବାଚନ ର ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇପାରୁଛି।ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ବାଲିଆପାଳ ପଞ୍ଚାୟତର ରେ ବହୁ ସରକାରି ଜାଗା ଥିଲାବେଳେ ଏମିତି ଏକ ପଡିଆକୁ ବସ ଷ୍ଟାଣ୍ଡ କରିଦିଅ ଗଲେ ବାଲିଆପାଳ ବାସୀଙ୍କ ବହୁ କ୍ଷତି ହେବ ଏହାଛଡା
ହାଇସ୍କୁଲ ଖେଳ ପଡିଆ କୁ ନେତାଜୀ ଷ୍ଟାଡିୟମ୍ ନାମରେ ନାମକରଣ କରାଯାଇ ସରକାରୀ ଅର୍ଥ ରେ ଷ୍ଟାଡିୟମ୍ ର ବାଉଣ୍ଡାରି ନିର୍ମାଣ କରାଯାଇଛି। ଏହିସବୁ ଦୃଷ୍ଟି ରେ ରଖି ବାଲିଆପାଳ ଅଞ୍ଚଳର ଜନସାଧାରଣ ଉକ୍ତ ପଡ଼ିଆରୁ ୧୪୪ ଧରା ଏବଂ ବସ ଷ୍ଟାଣ୍ଡ ନିର୍ମାଣ କୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀ ଦାଶ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ନିବେଦନ କରିଛନ୍ତି। ବାଲିଆପାଳ ଥାନ ଭାରାପ୍ରପ୍ତ ଅଧିକାରୀ ସୁବ୍ରତ ବେହେରା, ଏସ ଆଇ ସସ୍ମିତା ମଲ୍ଲିକ ଙ୍କ ସହିତ ବହୁ ପୋଲିସ ତହସିଲ ଗେଟ ରେ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରୁଥିଲେ। ଫଳରେ ଆନ୍ଦୋଳନ କରି ତହସିଲ ପରିସରକୁ ପଶି ପାରିନଥିଲେ। ବାଲିଆପାଳ ବ୍ଲକ ଅଧ୍ୟକ୍ଷା ରଞ୍ଜିତା ନାୟକ, ମଧୁପୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ମୁରଲୀ ମୋହନ ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ, ରବି ନାରାୟଣ ମାହାନ୍ତି, ନିଖୀରା ପଞ୍ଚାୟତର ପୁର୍ବତନ ରସପଞ୍ଚ ସପନ ଦାସ, ନରହରୀ ଜେନା, ଦେଉଳ ପଞ୍ଚାୟତ ସରାପଞ୍ଚ ସରୋଜ ପିଳା, ଜଗନ୍ନାଥ ମହାନ, ସୁଶାନ୍ତ ପାତ୍ର, ସୁଶାନ୍ତ ରଣା, କରୁଣା କର ଜେନା, ଜଗନ୍ନାଥ ବାରିକ, ଅରୁଣ କୁମାର ପାତ୍ର, ପ୍ରବୀର କୁମାର ସି ଙ୍କ ସହିତ ଶତାଧିକ ଲୋକ ବାଲିଆପାଳ ବ୍ଲକ ଛକରୁ ଏକ ବିରାଟ ପଟୁଆରେ ବାହାରି ବାଲିଆପାଳ ତହସିଲ କାର୍ଯ୍ୟାଳୟ ଠାରେ ପହଂଚି ଶାନ୍ତି ଶୃଙ୍ଖଳା ର ସହିତ ତହସିଲଦାର ଦାୟିତ୍ୱରେ ଥିବା ଶ୍ରୀ ଦାଶ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।