ବିଜେପି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ର ଦୋଷୀ ମାନଙ୍କୁ ଦଣ୍ଡବିଧାନ ଦାବିରେ ଆଜି ନବନିର୍ମାଣ ଯୁବ ଛାତ୍ର ସଂଗଠନ ତରଫରୁ ଜଟଣୀ ଠାରେ ୧୨ ଘଣ୍ଟିଆ ଧର୍ମଘଟ ଓ ରାସ୍ତାରୋକ କରାଯାଇଥିଲା ।ଏଥିରେ ଶତାଧିକ ଛାତ୍ରମାନେ ଯୋଗଦେବା ସହ ଜଟଣୀ ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ବନ୍ଦ କରି ରାଜ୍ୟ ସରକାର ବିରୁଦ୍ଧରେ ନାରା ଲଗାଇଥିଲେ । ଛାତ୍ର ସଂଗଠନ ର ଏମ ଡି ମନୱର୍ ଅଲ୍ଲୀ ରୁଚିକା ମହାନ୍ତିଙ୍କ ମାଙ୍କୁ ଦେଇଥିବା ପ୍ରତିଶୁଟିକୁ ରକ୍ଷା କରିବାକୁ ଆଜି ସମଗ୍ର ଓଡ଼ିଶାର ନବନିର୍ମାଣ ଯୁବ ଛାତ୍ର ମାନେ ଏକାଠି ହୋଇ ସମଗ୍ର ଓଡ଼ିଶାରେ ଧର୍ମଘଟ ଓ ରାସ୍ତା ରୋକ କରିଛନ୍ତି ।ଯଦି ରାଜ୍ୟ ସରକାର ଯଥାଶୀଘ୍ର ରୁଚିକା କୁ ଉଚିତ୍ ନ୍ୟାୟ ଦେଇ ଦୋଷୀଙ୍କୁ ଦଣ୍ଡ ବିଧାନ ନକରେ ତାହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଛାତ୍ର ସଂଗଠନ ଚେତାବନୀ ଦେଇଛନ୍ତି ।