ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକା ପଞ୍ଚାୟତ ର ବାମ୍ୱିଲୋ ଗ୍ରାମରେ ସ୍ଥାପିତ ଥିବା ଭାସ୍କର ନୋଡାଲ ୟୁପି ସ୍କୁଲରେ ମଧ୍ୟାନ ଭୋଜନ ଖାଇ ଅନେକ ଶିଶୁ ଗୁରୁତର ଆହତ ହୋଇଥିବା ବେଳେ ସ୍କୁଲର ଆହତ ଶିଶୁ ମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଥିବା ସମସ୍ତ ଶିଶୁ ମାନଙ୍କୁ ସରକାରୀ ଆମ୍ବୁଲାନ୍ସ ଯୋଗେ ଓ ଦୁଇଟି ବୋଲେରୋ ଗାଡ଼ିରେ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏବେ ଭର୍ତ୍ତି କରାଯାଇ ସମସ୍ତ ଶିଶୁ ମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା ଜାରି ରହିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଖାଦ୍ୟ ରନ୍ଧା ହେଲା ବେଳେ ଖାଦ୍ୟରେ ଏକ ଝିଟିପିଟି ପଡ଼ି ଯାଇଥିବା ବେଳେ ୬୦ରୁ ଉର୍ଦ୍ଧ ପିଲା ଏହି ଖାଦ୍ୟ କୁ ଗ୍ରହଣ କରିଥିବା ସୂଚନା ମିଳିଛି । ଏଥିରୁ ସ୍ପଷ୍ଟ ହେଉଛି କି ଖାଦ୍ୟ ର ମାନ ତଦାରଖ କରିବାକୁ କେହି ନ ଥିବା ବେଳେ ବିଦ୍ୟାଳୟ କତ୍ତୃପକ୍ଷ ମନ ମର୍ଜି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶିଶୁ ଙ୍କୁ ଚିକିତ୍ସା ଜାରି ରହିଥିବା ବେଳେ ଏବେ ସ୍ୱାସ୍ଥ୍ୟ ଅବସ୍ଥା କିଛି ମାତ୍ରାରେ ଠିକ ଥିବା ଖବର ମିଳିଛି ।