ବହୁ ଚର୍ଚ୍ଚିତ ପର୍ଯ୍ୟଟନ ସ୍ଥଳୀ ଥିପାଖୋଲ ଓ ରିସିପିଟିକୁ ଉନ୍ନତି କରିବା ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ

ବୋଡେ଼ନ ଗତକାଲି ଲୋକସେବା ଭବନ ଭୁବନେଶ୍ୱର ଠାରେ ଖଡ଼ିଆଳ ବିଜେଡି ବିଧାୟକ ପ୍ରାଥୀ ଶ୍ରୀଯୁକ୍ତ ଲମ୍ବୋଦର ନିଆଲଙ୍କ ନେତୃତ୍ୱରେ ଓ ନୂଆପଡା ଜ଼ିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ରଙ୍କ ତତ୍ୱାବଧାନରେ ମାନ୍ୟବର ଓଡିଶା ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱନୀ ପାତ୍ରଙ୍କ ସହ ସାକ୍ଷାତ କରି ସିନାପାଲି ବ୍ଲକରେ ଥିବା ପ୍ରାକୃତିକ ସୋଦର୍ଯ୍ୟରେ ଭରା ଥିପଖୋଲ ପର୍ଯ୍ୟଟନ ସ୍ଥଳୀକୁ ନେଇ ଚର୍ଚ୍ଚା କରି ତାହାକୁ କିପରି ଆହୁରି ଉର୍ନତିକରଣ କରାଯିବ ତାହା ଉପରେ ଦୃଷ୍ଟି ଆକର୍ଷଣ କରାଇଥିଲେ। ଓ ଛାତ୍ର ବିଜେଡି ଜ଼ିଲ୍ଲା ସଭାପତି ଶ୍ରୀ ଅମିତ ସିଂହଦେଓ,ଜ଼ିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା,ଯୁବ ବିଜେଡି ଉପ ସଭାପତି ନିଖିଳ ମେହେର,ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର କୁମାର ସାହ ଓ ଥିପାଖୋଲ ବିକାଶ ପରିଷଦ ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର ସୁନାନୀ,ସମ୍ପାଦକ ଜୟରାମ ମାଝୀ,କୋଷାଧକ୍ଷ ଗଣେଶ ମାଝୀ ସମସ୍ତେ ମିଶି ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ମନ୍ତ୍ରୀ ମହୋଦୟ ଥିପଖୋଲ ପର୍ଯ୍ୟଟନ କେନ୍ଦ୍ରର ସାମଗ୍ରିକ ବିକାଶ ନିମତେ ଆବଶକୀୟ ଅର୍ଥ ଯୋଗାଇଦେବା ପାଇଁ ପ୍ରତିଶୃତି ଦେବାସହ ବହୁତ ଶୀଘ୍ର ପର୍ଯ୍ୟଟନ ସ୍ଥଳୀକୁ ପରିଦର୍ଶନ କରିବେ ବୋଲି ଆଗ୍ରହ ପ୍ରକାଶ କରିଥିଲେ।

Leave A Reply

Your email address will not be published.