ଶିକ୍ଷା ହେଉଛି ସଂସାରରେ ଶ୍ରେଷ୍ଠ। ଶିକ୍ଷା ବିନା ବଞ୍ଚିବା ଅସମ୍ଭବ। ପ୍ରତ୍ୟେକ ମଣିଷ ଜୀବନଶୈଳୀରେ ଶିକ୍ଷା ର ଆବଶ୍ୟକତା ରହିଥାଏ। ସେଥିପାଇଁ ସରକାର ଶିକ୍ଷା ପ୍ରତି ଗୁରୁତ୍ବ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଛୋଟ ଗାଁ ଠାରୁ ଆରମ୍ଭ କରି ବଡ଼ ବଡ଼ ସହର ରେ ମଧ୍ୟ ବିଦ୍ୟାଳୟ ମାନେ ନିର୍ମାଣ କରିଛନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେବା ନିମନ୍ତେ ହଜାର ହଜାର ଟଙ୍କା ଦରମା ଦେଇ ଶିକ୍ଷକ ନିଯୁକ୍ତି ଦେଇଥିଲେ ସୁଦ୍ଧା ଅନେକ ଗ୍ରାମାଞ୍ଚଳ ରେ ଠିକ୍ ସେ ପାଠ ପଢା ନହେଉଥିବା ଦେଖିବାକୁ ମିଳୁଛି। ସେଥିପାଇଁ ଧନୀକ ଶ୍ରେଣୀର ଲୋକ ମାନେ ପ୍ରାଇଭେଟ ବିଦ୍ୟାଳୟ ରେ ନିଜ ଛୁଆପିଲା ଙ୍କୁ ପାଠ ପଢ଼ାଉଛନ୍ତି।ଏଥିରେ ଆଶ୍ଚର୍ଯ୍ୟ ହେବାକୁ ପଡୁଛି ଯେ ଘରୋଇ ବିଦ୍ୟାଳୟରେ କମ୍ ଦରମା ପାଉଥିବା ଶିକ୍ଷକ ମାନେ ଭଲ ପାଠ ପଢ଼ାଉଛନ୍ତି କିନ୍ତୁ ୩୦,୦୦୦/୪୦,୦୦୦ ଟଙ୍କା ଦରମା ପାଉଥିବା ଶିକ୍ଷକ ମାନେ ଠିକ୍ ସେ ପାଠ ପଢାଉନାହାନ୍ତି ।ନାମକୁ ମାତ୍ର ବିଦ୍ୟାଳୟ କୁ ଆସି ଅନ୍ୟଥା ସମୟ ନଷ୍ଟ କରନ୍ତି । ଏବେ କିଛି ଦିନ ତଳେ ଶିକ୍ଷା ବିଭାଗକୁ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାକୁ ନେଇ ଶିକ୍ଷକ ମାନେ ଏବେ ବେଫିକର ହୋଇ ବିଦ୍ୟାଳୟ ଆସୁଥିବା ବେଳେ କିଛି ଶିକ୍ଷକ ବିଦ୍ୟାଳୟ ଆସି ଶୋଇ ବସି ସମୟ ନଷ୍ଟ କରୁଥିବା ବେଳେ କିଛି ଶିକ୍ଷକ ବିନା କାରଣରେ ଛାତ୍ର ଛାତ୍ରୀ ଙ୍କ ଛାଲ ଉତାରୁଛନ୍ତି କିଛି ତାଙ୍କୁ ସହଯୋଗ କରୁଛନ୍ତି କିଛି ଛାତ୍ର ଛାତ୍ରୀ ଙ୍କୁ ଲଟା ଉପାଡିବାରେ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ଦୁଃଖଦ ଭିଡିଓ ସୋସିଆଲ ମିଡିଆରେ ଜୋର ଭାଇରାଲ ହେଉଛି।ତାହା ହେଉଛି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ୍ ଅନ୍ତର୍ଗତ ସରମୁହାଣ ପଞ୍ଚାୟତ ଖରଖରା ଗାଁ ରେ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବା ଶିକ୍ଷକ ନୁନହାଡ ପଞ୍ଚାୟତ ଡୁଙ୍ଗୁରିପାଲି ଗାଁ ର ପ୍ରଶ୍ନ କୁମାର ମିଶ୍ର।ସେ ମହାଶୟ ଜଣକ ପାଠ ପଢ଼ାଉଥିବା ବେଳେ ନିଘୋଡ଼ ନିଦରେ ଶୋଇଛନ୍ତି ।ଏପଟେ ଛାତ୍ରଛାତ୍ରୀ ମାନେ ହୋହାଲ୍ଲା କରିବା ସହ ଏଣେତେଣେ ବୁଲୁଛନ୍ତି। ଏହି ଦୃଶ୍ୟ ଟିକୁ କେହି ଜଣେ ସମାଜସେବୀ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଛି। ଏହାକୁ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଦୃଷ୍ଟି ଆକର୍ଷଣ କରିବା ସହ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।