ଧାମନଗର – ଧାମନଗର ବ୍ଲକ ଓ ଏନ ଏ ସି ଅଞ୍ଚଳର ବରିଷ୍ଠ ରାଜନେତା,ଧର୍ମ ପରାୟଣ ବ୍ୟକ୍ତି,ସୁ ସଙ୍ଗଠକ, ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ,ଦୁଇ ଦୁଇ ଥର ସରପଞ୍ଚ, ବିଶିଷ୍ଟ ସମାଜସେବୀ ପିତାମ୍ବର ପାତ୍ରଙ୍କ ବୁଧବାର ସକାଳ ୫ଟା ସମୟରେ କାଙ୍କରା ଗ୍ରାମ ସ୍ଥିତ ନିଜ ପୈତୃକ ବାସଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ୭୨ବର୍ଷ ବୟସ ହୋଇଥିବା ବେଳେ ବିଗତ କିଛିଦିନ ଧରି ତାଙ୍କ ଶରୀର ଅସୁସ୍ଥତା ଥିବା କାରଣରୁ ଘରେ ବିଶ୍ରାମ ନେଉଥିଲେ। ବୁଧବାର ସକାଳୁ ତାଙ୍କ ଶରୀର ଅତ୍ୟନ୍ତ ଖରାପ ହେବାରୁ ତାଙ୍କ ପରିବାର ଲୋକେ ଡାକ୍ତରଖାନା ନେବାକୁ ପ୍ରସ୍ତୁତ ହେଉଥିବା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଖବର ପ୍ରସାରିତ ପରେ ଧାମନଗର ଅଞ୍ଚଳରେ ଶୋକର ଛାୟାଖେଳିଯାଇଥିଲା। ଜିଲ୍ଲା ଓ ବ୍ଲକ ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜୀବୀ ଓ ଜନସାଧାରଣ ଅତ୍ୟନ୍ତ ମର୍ମାହତ ହେବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ରାଜନୈତିକ ଜୀବନ କାଳ ମଧ୍ୟରେ ୧୯୯୧ମସିହାରେ ଜୟନଗର ପଞ୍ଚାୟତ ପ୍ରଥମ କରି ସରକାରୀ ମାନ୍ୟତା ପାଇବା ପରେ ସ୍ୱର୍ଗତ ପାତ୍ର ୧୯୯୨ମସିହାରେ ପ୍ରଥମକରି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୭ରେ ଜୟନଗର ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଧାମନଗର ପଞ୍ଚାୟତ ସମିତି ଉପାଧକ୍ଷ ଭାବେ ନିର୍ବାଚିତ ହୋଇ ୨୦୦୨ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ପୁନର୍ବାର ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ସରପଞ୍ଚ ହୋଇ ଥିଲେ। ୧୯୯୬ ମସିହାରେ ଜଗନ୍ନାଥ ବିଦ୍ୟା ମନ୍ଦିର କାଙ୍କରା ଠାରେ ପ୍ରତିଷ୍ଠା କରିଥିଲେ। ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ସମାଜ କଲ୍ୟାଣ କାରୀ କାର୍ଯ୍ୟ କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଯାଇଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଯାଜପୁର ଜିଲ୍ଲା ବିଜେଡି ସଭାପତି ତଥା ଧାମନଗର ବ୍ଲକ ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର,ବିଧାୟକଙ୍କ ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି,ବିଜେଡ଼ି ବ୍ଲକ ସଭାପତି ଧାମନଗର ଉମେଶ ଚନ୍ଦ୍ର ମହାନ୍ତି,ଦିଶା କମିଟିର ସଦସ୍ୟ ତଥା କୋଠାର ସମବାୟ ସମିତି ସଭାପତି ହରେକୃଷ୍ଣ ପାଢ଼ୀ,ଏନ ଏ ସି ଉପାଧ୍ୟକ୍ଷ ଓସିମ ଏଜଦାନୀ କାଦିରୀ (ନୁରାନୀ)ସମାଜସେବୀ ପ୍ରତାପ ସାମଲ,ଲମ୍ବୋଧର ଜେନା,ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ, ଅନୀଲ କୁମାର ବାରିକ, ପ୍ରଦୀପ କୁମାର ମହାପାତ୍ର,ଗୋଲାମ ଜିଲାନି ହବିବି,ସେକ ଜାଫର ଅଲ୍ଲୀ, ଭଗବାନପୁର ପଞ୍ଚାୟତର ସମିତି ସଭ୍ୟ ସୁଦୀପ୍ତ ଖଟୁଆ,ସରପଞ୍ଚ ସମାଜସେବୀ କପିଳେନ୍ଦ୍ର ବଳ,ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା,ସୁଦର୍ଶନ ମାଝୀ,ରାଜକିଶୋର ଖଟୁଆ,ରମଣିରଞ୍ଜନ ଦାଶ,କଂଗ୍ରେସ ନେତା ହୁରଦାନନ୍ଦ ସେଠୀ,ନରେନ୍ଦ୍ର କୁମାର ମଲ୍ଲିକ,ଅଭିମନ୍ୟୁ ମଲ୍ଲିକ, ଶିକ୍ଷକ ସଂଘ ନେତା ହେମେନ୍ଦ୍ର ନାଥ ମହାନ୍ତି, ଆଇନଜୀବୀ ଅମରେନ୍ଦ୍ର ମହାନ୍ତି,ବିଶିଷ୍ଟ ସମାଜସେବୀ ବିଦ୍ୟାଧର ପଣ୍ଡା,ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ନେତାମାନେ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ ସହ ସ୍ବର୍ଗତ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ସାଂସଦ ମୁରଲୀଧର ଯେନା,ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ,ଜିଲ୍ଲା ପରିଷଦ ଧୁଷୁରୀ ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ପିତାମ୍ବର ପାତ୍ରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଧାମନଗର ବ୍ଲକ, ଏନ ଏ ସି, ମେଡିକାଲ ବଜାର ପରିକ୍ରମା କରି ଗ୍ରାମ ଶ୍ମଶାନ ରେ ସଂସ୍କାର କରିଥିଲେ। ଧାମନଗର ମାଟି ତାଙ୍କପରି ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇବା ଫଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଜନସାଧାରଣ ମାନେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ସହଧର୍ମିଣୀ,ପୁତ୍ର ଜଗଦୀଶ, ଅରୁଣ,ପୁତ୍ରବଧୁ,ନାତୀ ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ।