ଚାଷୀ ହନ୍ତସନ୍ତ ଦଲାଲ ମାଲେ ମାଲ ବିଭାଗୀୟ ଅଧିକାରୀ ସଲାସୁତୁରା
ବଙ୍ଗୋମୁଣ୍ଡା- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ସମେତ ଚାନ୍ଦୋତରା, ଯାମଖୁଣ୍ଟା ସମବାୟ ସମିତିରେ ଏବେ ଠାରୁ ୟୁରିଆ ସାରର ଘୋର ଅଭାବ ଦେଖା ଦେଲାଣି ତେବେ ସିନ୍ଧେକେଲା ସୋସାଇଟି ସେକ୍ରେଟେରୀ ଘାସି ରଣାକୁ ଆମେ ଯୋଗାଯୋଗ କରିଥିଲୁସେ କହିଛନ୍ତି ପ୍ରଥମ ଫେଜରେ ୟୁରିଆ ୧୫୩ କ୍ୟୁଣ୍ଟାଲ ଏମ ଓ ପି ପଟାସ ୩୦ କ୍ୟୁଣ୍ଟାଲ ଡି.ଏ.ପି. ୧୭୦ କ୍ୟୁଣ୍ଟାଲ ମୋଟ ୩୫୩ କ୍ୟୁଣ୍ଟାଲ ସିନ୍ଧେକେଲା ସୋସାଇଟି ପାଇଁ ଆସିଥିଲା ଆମେ ସମସ୍ତ ଚାଷୀଙ୍କୁ ସାର ବାଣ୍ଟିଛୁ ଆଉ ଦିତୀୟ ଫେଜରେ ଆସିଲେ ଦେବୁ ବୋଲି ପ୍ରତିକ୍ରିୟା ଦେଇଥିଲେ ସେପଟେ ବଲାଙ୍ଗିର ଜିଲ୍ଲା ଏରିଆ ମେନେଜର ଦିଲୀପ ରାଏଙ୍କ ସହିତ ଯୋଗାଯୋଗ କରିଥିଲୁ ସେ କହିଛନ୍ତି ଆମ ପାଖରେ ଯେତେ ପରିମାଣରେ ସାର ଆସୁଛି ସବୁତକ ସୋସାଇଟିକୁ ଦିଆ ଯାଉଛି ପ୍ରଥମ ପର୍ଯ୍ୟାୟ ଦିଆସରିଛି ଆମ ପାଖରେ ଷ୍ଟକ ନାହିଁ ଯଦି ସାର ଆସିବ ନିଶ୍ଚିତ ଭାବରେ ଆମେ ସୋସାଇଟି ମାନଙ୍କୁ ଯୋଗାଇବୁ ବୋଲି କହିଛନ୍ତି । ଅନ୍ୟ ପଟେ ପ୍ରଚୁର ପରିମାଣରେ ସାର ମିଲୁନଥିବା ଯୋଗୁଁ ଚାଷୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟ ପଟେ ସାର କୁ ଚଢ଼ା ଦରରେ ବିକି ମାଲା ମାଲ ହେଉଛନ୍ତି ଦଲାଲ ଚାଷ ଅମଳ ସମୟ ଆରମ୍ଭ ହୋଇଥିବା ବେଳେ ନିତ୍ୟାନ୍ତ ଜରୁରୀ ହୋଇପଡିଛି ସାର । ଅଭାବ ଅନଟନରେ ଚାଷୀ ଧାର କରଜ କରି ଚାଷ କରୁଥିବା ବେଳେ କେତେ ବେଳେ ବର୍ଷା ଦାଉସାଜୁଛିତ କେତେ ବେଳେ ନକଲି ବିହନ ଆଉ ଏବେ ନିଅଣ୍ଟ ସାର । ସରକାର ଚାଷୀଙ୍କ ପାଇଁ ସାର ଯୋଗାଇ ପାରୁ ନ ଥିବା ବେଳେ ଦୋକାନରେ କିଭଳି ଭାବରେ ଗଚ୍ଛିତ ରଖି ଦଲାଲ ମାନେ ଚଢ଼ା ଦରରେ ଚାଷୀଙ୍କୁ ବିକ୍ରି କରାଯାଉଛି କୁଆଡ଼େ ଗଲା ଯୋଗାଣ ବିଭାଗ କାହିଁକି ନୀରବ ହୋଇ ବସିଛି । ୟୁରିଆ ସାର ସରକାରୀ ମୂଲ୍ୟ ପକେଟ ପିଛା ୨୬୬. ୫୦ ଟଙ୍କା ଥିବା ବେଳେ ଦଲାଲ ମାନଙ୍କୁ ଖୋରାକ ଯୋଗାଇଛି ୪୫୦ ରୁ ୫୦୦ ଟଙ୍କା ଦେଇ ଚାଷୀ ବାଧ୍ୟ ହୋଇ କିଣୁଛି । ବିଲରେ ଧାନ ଅମଳ ସମୟରେ ସାରର ଘୋର ଅଭାବ ଦେଖା ଦେବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାରିବା ପାଣିଆକୁ ପଦାରେ ପକାଇଛି । ଚାଷୀ ମାନଙ୍କ ଆୟକୁ ଦୁଇ ଗୁଣ କରିବା ବୋଲି ନାରା ଦେଉଥିବା ସରକାର ଚାଷୀଙ୍କୁ ଠିକ ସମୟରେ ସାର ଯୋଗାଇବାରେ ବିଫଳ ମାରିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ଦଲାଲ ମାନଙ୍କୁ ସାଲାଡ଼ କରିବା ପାଇଁ ବଲାଙ୍ଗିର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୌଣସି ତତ୍ପରେ ଏ ପର୍ଯ୍ୟନ୍ତ ଦେଖା ଯାଇନାହିଁ, ଦଲାଲକୁ ସାର ମିଲୁଛି କିନ୍ତୁ ଚାଷୀକୁ ମିଲୁନି ଏହା କିଛି ଆଚାର୍ଯ୍ୟର ବିଷୟ ନୁହଁ କି..?