କରତଳି ଠାରେ ପ୍ରାକୃତିକ ଚିକିତ୍ସା ଓ ସ୍ବଦେଶୀ ହାଟ ଅନୁଷ୍ଠିତ

*ଛତ୍ରପୁର- ରବିବାର ,ଶ୍ରୀ ଗୋବିଜ୍ଞାନ ଫଉଣ୍ଡସନ ଓ ବୈଦ୍ୟଶାଳା ର ମିଳିତ ଆନୁକୂଲ୍ୟରେ କରାତଳି ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ ପ୍ରାକୃତିକସ୍ୱାସ୍ଥ୍ୟ ଶିବିର ଓ ସ୍ବଦେଶୀ ହାଟ,ଜୈବିକ ଚାଷ ସମ୍ପର୍କରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହି କର୍ମଶାଳାରେ ଶ୍ରୀ ଗୋବିଜ୍ଞାନଫାଉଣ୍ଡସନ ର ଅଧକ୍ଷ ତଥା “ବୈଦ୍ୟଶାଳା”ର ପ୍ରତିଷ୍ଠାତା,ଯିଏକି ଜଣେ ପ୍ରାକୃତିକ , ଗବ୍ୟସିଦ୍ଧ ଓ ଆୟୁର୍ବେଦିକ ଚିକିତ୍ସକ ଡ଼ା. ନିରାକାର ବେହେରା ଯୋଗ ଦେଇ ନିରୋଗ ଜୀବନ ଯାପନ କରିବା ନିମନ୍ତେ ସ୍ବଦେଶୀ ବସ୍ତୁ ଓ ପଦାର୍ଥକୁ ବ୍ୟବହାର କରିବା, ସ୍ୱାବଲମ୍ବୀ, ସ୍ୱାଭିମାନି ଓ ପ୍ରଧାନ ମନ୍ତ୍ରୀ ଙ୍କ ଲୋକାଲ ଭୋକାଲ ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଘରୋଇ ଚିକିତ୍ସା ଓ ପ୍ରାକୃତିକ ଚିକିତ୍ସା ଦ୍ୱାରା ମଣିଷ ସମ୍ପୂର୍ଣ୍ଣ ସୁସ୍ଥ ରହି ପାରିବ ଏହିକଥା ଉପସ୍ଥିତ ଛାତ୍ରଛାତ୍ରୀ, ଯୁବକ, ମହିଳା ଓ ଗ୍ରାମ ବାସୀଙ୍କୁ ବୁଝାଇ ଥିଲେ।ବୈଦ୍ୟଶାଳା ଦ୍ୱାରା ଓଡ଼ିଶାର ପ୍ରତ୍ୟେକ ପଂଚାୟତ ରେ ୫ଜଣ ଯୁବକ ଓ ଯୁବତୀଙ୍କୁ ପ୍ରାକୃତିକ ଚିକିତ୍ସା ଓ ଆୟୁର୍ବେଦିକ ଚିକିତ୍ସା ପ୍ରଶିକ୍ଷଣ ଦେଇ,ପ୍ରତ୍ୟେକ ପଂଚାୟତ ରେ ଗୋଟାଏ ଲେଖାଏ “ବୈଦ୍ୟଶାଳା’ ପ୍ରତିଷ୍ଠା କରି ଲୋକଙ୍କୁ ସ୍ୱାସ୍ଥ୍ୟ ଉପରେ ସଚେତନ କରିବା ସଙ୍ଗେ ସଙ୍ଗେ ଲୋକମାନେ କିପରି ନିଜର ଡାକ୍ତର ନିଜେ ହେଇ ପାରିବେ,ତାହା ଉପରେ ଗୁରୁତ୍ୱରୋପ କରିଥିଲେ।ଏବଂ ଆଗ୍ରହୀ ଯୁବକ ଯୁବତୀ “ବୈଦ୍ୟଶାଳା”ରେ ଯୋଗଦେଇ ମାଆ, ମାଟି ଓ ଓଡିଶା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ ୧୫ଜଣ ବୃଦ୍ଧ ବୃଦ୍ଧାଙ୍କୁ ୩୦-୪୫ ମିନଟ ଭିତରେ କଟି ବାତ, ମେରୁଦଣ୍ଡ ଯନ୍ତ୍ରଣା, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କୁ ପ୍ରାୟ ୭୦-୯୦ଭାଗ ଯନ୍ତ୍ରଣା ଉପଶମ କରି ଏହା ପ୍ରାକୃତିକ ଚିକିତ୍ସା ରେ ଯେ ସମ୍ଭବ ଏକଥା ପ୍ରମାଣିତ କରିଥିଲେ। ବେକାର ଶିକ୍ଷିତ ଯୁବକ ଯୁବତୀ ଚାକିରି ପଛରେ ନ ଗୋଡ଼ାଇ,ଗୋଟାଏ ଦେଶୀ ଗାଇରୁ ମାସକୁ ଏକ ଲକ୍ଷ ଟଙ୍କା, ଘରୋଇ ଉଦ୍ୟୋଗ ଓ ଗୋ କୁଟୀର ଶିଳ୍ପ ଦ୍ୱାରା ସମ୍ଭବ ଏବଂ ଏହାଦ୍ୱାରା କେବଳ ଗୋଟିଏ ଗାଁ ନୁହେଁ ସାରା ଓଡ଼ିଶା ସୁସ୍ଥ, ସ୍ୱାବଲମ୍ବୀ ଓ ରୋଜଗାର କ୍ଷମ ହେବା ସହ ଗୋମାତା ସୁରକ୍ଷା ହେଇପାରିବ ଓ ଜୈବିକ କୃଷି ଦ୍ୱାର ଲୋକ ମାନେ ସମ୍ପୂର୍ଣ୍ଣ ସୁସ୍ଥ ରହିପରିବେ ଏହା ଉପରେ ଆଲୋକ ପାତ କରିଥିଲେ।

ଋଷିକୂଲ୍ୟା ରିଇତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଯୋଗ ଦେଇ ମଣିଷ ସୁସ୍ଥ ରହିବା ପାଇଁ ଜୈବିକ କୃଷି ଓ ଜୈବିକ ଉତ୍ପାଦ କେତେ ଯେ ଅରିରିହାଯ୍ୟ ତାହା ଲୋକଙ୍କୁ ବୁଝିଥିଲେ।

ଏହି କାର୍ଯ୍ୟକ୍ରମ କୁ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ସଭାପତି ରାଜେନ୍ଦ୍ର ନାହାକ, କରତଳି ଗାଁ କମିଟି ସମ୍ପାଦକ ଦୁର୍ଯ୍ୟ ଧନ1ପ୍ରଧାନ, ରଘୁନାଥ ନାହାକ, ଶ୍ରୀ ଚୈତନ୍ୟ ୟୁଥ କ୍ଲବ ରଗଣେଶ୍ୱର ବେହେରା, ଦିନେଶ ମହାନ୍ତି, ବିଭୁ ପ୍ରସାଦ ମଣ୍ଡଳ ଓ ଯୋଗେଶ ସେଥି ପରିଚାଳନା କରିଥିଲେ।ଆଗାମୀ ଦିନରେ ପ୍ରତ୍ୟେକ ସପ୍ତାହ ରେ ଏହି କାର୍ଯ୍ୟକ୍ରମ ହେବା ପାଇଁ ନିଷ୍ପତ୍ତି ନିଆ ଯାଇଛି।

Leave A Reply

Your email address will not be published.