ପରଲିମାଲ ଗାଁ ରେ ନୂତନ +2କଲେଜ ହୋଇଥିବାରୁ ପୂର୍ବତନ ସାଂସଦ କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସି

ପାଟଣାଗଡ : ଶ୍ରୀ ଅନୁପମ ସାହା (  ଭାରତୀୟ ପ୍ରଶାସନିକ ଅଧିକାରୀ, ଷ୍ଟେଟ ପ୍ରୋଜେକ୍ଟ ଡାଇରେକ୍ଟର )  ୧୯/୦୭/୨୨ ରେ ଏକ ଚିଠି କରିଛନ୍ତି ( ଚିଠି ନମ୍ୱର୍ – ୮୮୦୭/access/୨୨) । ସୂଚନା ଯୋଗ୍ୟ ଯେ ଭାରତ ସରକାର୍ ର ଶିକ୍ଷା ମନ୍ତ୍ରାଳୟ ଦ୍ବାରା ୫୭ ଟି ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରୂପାନ୍ତରଣ କରା ଯାଉଛି । ଯେଉଁଠି ବଲାଂଗୀର ଜିଲ୍ଲା ର ୬ ଟି ସ୍କୁଲ୍ ସ୍ଥାନ ପାଇଛି । ତା ମଧ୍ୟ ରୁ ବେଲପଡ଼ା ବ୍ଲକ ର ପର୍ଲିମାଲ ପଂଚାୟତ ର ଉଚ୍ଚ ବିଦ୍ୟାଳୟ ମଧ୍ୟ ସ୍ଥାନ ପାଇଛି । ସୂଚନା ଯୋଗ୍ୟ ଯେ ଏହି ପ୍ରୋଜେକ୍ଟ ପାଇଁ ଗତ ୪-୫ ବର୍ଷ ହେଲା ଅଞ୍ଚଳ ର ଲୋକେ ଚେଷ୍ଟା କରିଥିଲେ , ଓ ୟେ ନେଇ ପୂର୍ବତନ ସାଂସଦ ଶ୍ରୀ କଳିକେଶ ନାରାୟଣ ସିଂଦେଓ ଙ୍କୁ ଜଣେଇ ଥିଲେ । ଶ୍ରୀ ସିଂଦେଓ ସେମାନଙ୍କ ଠୁ ସବୁ ଜାଣିବା ପରେ ୟେ ନେଇ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହି ପ୍ରୋଜେକ୍ଟ କୁ  ରାଜ୍ୟସରକାର ସାମ୍ନା ରେ ମଧ୍ୟ ରଖି ଥିଲେ । ଯେତେ ବେଲେ ପର୍ଲିମାଲ୍ ଉଚ୍ଚ ବିଦ୍ୟାଳୟ , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପରିଣତ ହେବାକୁ ଯାଉଛି, ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି । ସମସ୍ତ ଅଞ୍ଚଳ ବସି ଶ୍ରୀ ସିଂଦେଓ ଙ୍କୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି । ତାଙ୍କ କହିବା ଅନୁଯାଇ ଯୁକ୍ତ ଦୁଇ ପାଠ ପଢିବା ପାଇଁ ତାଙ୍କୁ ବେଲପଡ଼ା ଆସିବାକୁ ପଡୁ ଥିଲା , ଯାହାକି ବହୁତ୍ ଦୂର ହେଉ ଥିଲା । ଏବେ ସେ ଅଞ୍ଚଳ ର ଘାଗୁର୍ଲି, ମୁନାପାଲି, ପର୍ଲିମାଲ , ଗମ୍ଭାରୀ, ରେଙ୍ଗାଲି ଓ ଅନେକ ଗାଁ ର ଛାତ୍ର ଛାତ୍ରୀ ଙ୍କୁ କଲେଜ ଆସିବାକୁ ଅସୁବିଧା ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି । ସ୍ଥାନୀୟ ଆଲୋକ ବେହେରା , ଯୁଗଳ ବିଶି , ମହାଦେବ ମେହେର , ବନମାଳୀ ଖମାରୀ , ଧରମ ମେହେର , ସଞ୍ଜୀବ ମିଶ୍ର , ରୁବୁନ ମିଶ୍ର , ମଧୁସୂଦନ ଦାସ ଆଦି ଶ୍ରୀ ସିଂଦେଓ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣେଇଛନ୍ତି ।

Leave A Reply

Your email address will not be published.