ବ୍ରହ୍ମପୁର : ଆମ ଆଦମୀ ପାର୍ଟି ବ୍ରହ୍ମପୁର ଶାଖା ଦ୍ୱାରା ପ୍ରତେକ ପରିବାରକୁ ମାସିକ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପ୍ରଦାନ କରାଯିବା ପାଇଁ ସରକାର ଙ୍କ ନିକଟରେ ଦାବି କରି ସ୍ଥାନୀୟ ୭ ନଂ ୱାର୍ଡ ଠାରେ ୧ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ଆବାହକ ସୁବାଷ ରାଉତ ଙ୍କ ନେତୃତ୍ୱରେ ହୋଇଯାଇଛି l ସୂଚନା ଯୋଗ୍ୟ ଯେ ଦିଲ୍ଲୀ ରେ ଆମ ଆଦମୀ ପାର୍ଟି ର କେଜ୍ରିୱାଲ ଙ୍କ ସରକାର 8 ବର୍ଷ ହେଲା ଦିଲ୍ଲୀବାସୀ ଙ୍କୁ ୨୦୦ ୟୁନିଟ ମାଗଣା ବିଦ୍ୟୁତ ଯୋଗାଇ ଆସୁଛନ୍ତି ଏବଂ ଦିଲ୍ଲୀର ଅର୍ଥବ୍ୟବସ୍ଥା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି l ପଞ୍ଜାବ ଆମ ଆଦମୀ ପାର୍ଟି ସରକାର ପ୍ରତ୍ୟେକ ପରିବାରକୁ ମାସିକ 300 ୟୁନିଟ ଦେୟମୁକ୍ତ ବିଜୁଳି ପ୍ରଦାନ କରିଛନ୍ତି l ବିଜୁଳି ଆଜି ଲୋକମାନଙ୍କର ମୌଳିକ ଆବଶ୍ୟକତା ଏବଂ ଓଡିଶା ବିଜୁଳି ଉତ୍ପାଦନ ରେ ବଳକା ରାଜ୍ୟ ଅଟେ l ଏଣୁ ଆପ ଓଡିଶା ରାଜ୍ୟରେ ବିଜୁଳି କ୍ରାନ୍ତି ଆଣିବା ପାଇଁ ବିଗତ କିଛି ବର୍ଷ ହେଲା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଙ୍କ ନେତୃତ୍ୱରେ ଆନ୍ଦୋଳନ କରିଆସୁଛି l ଓଡ଼ିଶାର ଜନସାଧାରଣ ଙ୍କ ଦସ୍ତଖତ ଥିବା 25ଲକ୍ଷ ଫୋର୍ମ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ସୁଧୀର ପ୍ରଧାନ l ଚଳିତ ଦସ୍ତଖତ ଅଭିଯାନରେ ଲୋକମାନେ ବିଜୁଳି କାଟ ଏବଂ ବିଜୁଳିବିଲ ରେ ଅହେତୁକ ବୃଦ୍ଧିରେ ତଥା ଟାଟା କମ୍ପାନୀ ର ମନମୁଖୀ ଅତ୍ୟାଚାର ରେ ଅତିଷ୍ଟ ହୋଇଯାଇଥିବା କହିଛନ୍ତି ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ l ଆଜିର ଏହି କାର୍ଯ୍ୟକ୍ରମ ୭ନଂ ୱାର୍ଡ ଅନ୍ତର୍ଗତ ନୂଆ ସାହି , ବନ୍ଧା ସାହି , କପିଳେଶ୍ୱର ପେଟା , କବିସୂର୍ଯ୍ୟ ସ୍କୁଲ ଛକ , ଜଙ୍ଗମବାରୀ ସାହି ଏବଂ ଲାଲା ସାହି ଠାରେ କରାଯାଇଥିଲା l ଏହି ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ରେ ଜିଲ୍ଲା ମହିଳା ସଭାନେତ୍ରୀ ନିଭଶ୍ମିତା ପ୍ରଧାନ , ସମ୍ପାଦିକା ତଥା 7ନଂ ୱାର୍ଡରୁ କର୍ପୋରେଟର ପଦବୀରେ ପ୍ରତିଦ୍ବନ୍ଦିତା କରିଥିବା ଆରତୀ କୁମାରୀ ଦେବୀ , ଜିଲ୍ଲା ଆବାହକ ସୁବାଷ ରାଉତ , ଜିଲ୍ଲା ସଭାପତି ସୁଧୀର ପ୍ରଧାନ , ସମ୍ପାଦକ ଆଦିତ୍ୟ ରଥ , ବ୍ରହ୍ମପୁର ନଗର ନିଗମ ସଭାପତି ହରପ୍ରସାଦ , ସମ୍ପାଦକ ରମେଶ ବେହେରା , ଜିଲ୍ଲା ଯୁବ ସମ୍ପାଦକ ଗଣେଶ ପାତ୍ର , ଅମନ ପାଢ଼ୀ , ନାରୀନେତ୍ରୀ ଶ୍ରୀତମ ଦଳାଇ , ରାଧାରାଣୀ ପଣ୍ଡା , ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ବେହେରା ଏବଂ ମନୋଜ ପାଢ଼ୀ ଉପସ୍ଥିତ ରହି ଜନସାଧାରଣ ଙ୍କୁ ବିଜୁଳି ଆନ୍ଦୋଳନ ରେ ସାମିଲ ହେବାପାଇଁ ନିବେଦନ କରିଥିଲେ l