ବୁଗୁଡା – ବୁଗୁଡ଼ା ଏନ୍ଏସି ପକ୍ଷରୁ ମୁଖ୍ଯ ସଡକ ପାର୍ଶ୍ଵରେ ନିର୍ମିତ ଶ୍ରୀ ବିରଞ୍ଚି ନାରାୟଣ ମାର୍କେଟ୍ କମ୍ପ୍ଲେକ୍ସ-୨ ଉଦଘାଟିତ ହୋଇଯାଇଛି । ୧୯ ଲକ୍ଷ ୯୫ ହଜାର ଟଙ୍କା ବ୍ଯୟ ଅଟକଳରେ ୧୮ଟି ଦୋକାନ ଗୃହ ବିଶିଷ୍ଟ ଉକ୍ତ ମାର୍କେଟ କମ୍ପ୍ଲେକ୍ସକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏହାକୁ ଉଦଘାଟନ କରିଥିବା ବେଳେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ , ୭ ନଂ ଓ୍ବାର୍ଡ କାଉନସିଲର ଆଶୁତୋଷ ବଢେଇ , କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ , କନିଷ୍ଠ ଯନ୍ତ୍ରୀ ରୋଶନ୍ କୁମାର ପ୍ରଧାନ ଏବଂ ଅନ୍ୟ କାଉନସିଲରଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ ।