ବୁଢ଼ୀପଦର ଓ ଫରସରା ଜିପି ବିଲଡ଼ିଙ୍ଗ ଓ ବ୍ୟାଙ୍କିଙ୍ଗ ସୁବିଧାକୁ ନେଇ ବିବାଦ ରହି ଥିବା ବେଳେ ପ୍ରଶାସନ ପକ୍ଷରୁ ସମାଧାନ

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମପଞ୍ଚାୟତର ବୁଢ଼ୀପଦର ଏବଂ ଫରସରା ଉଭୟ ଗ୍ରାମରେ ଗ୍ରାମପଞ୍ଚାୟତ ଗୃହ ନିର୍ମାଣକୁ ନେଇ ଆଜକୁ ୧୫ ବର୍ଷ ହେବ ବିବାଦ ଲାଗି ରହି ଥିବା ବେଳେ ନୂତନ ବ୍ୟାଙ୍କିଙ୍ଗ ସୁବିଧାକୁ ନେଇ ମଧ୍ୟ ଦୁଇଟି ଗ୍ରାମରେ ବିବାଦ ଲାଗି ରହିଥିଲା। ପରେ ଦୁଇଟି ଗ୍ରାମର ଲୋକମାନେ କିଛି ନିଷ୍ପତ୍ତି ନେଇ ନ ପାରି ଉଭୟ ଗ୍ରାମବାସୀ ସେସରେ ପ୍ରଶାସନର ଆଶ୍ରୟ ନେଇଥିଲେ। ପରେ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ଏବଂ ପଞ୍ଚାୟତ ପ୍ରଶାସନ ଉପସ୍ଥିତ ରହି ଦୁଇଟି ଗ୍ରାମର ୧୦ ଜଣ ଲେଖାଏଁ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହି। ଉକ୍ତ ସମସ୍ୟ ବା ରହିଥିବା ବା ମନ ମାଳିନକୁ ଅନ୍ତ କରିବା ସହ ଆଲୋଚନା କରି ସର୍ବ ସହମତି କ୍ରମେ ବୁଢ଼ୀପଦର ଏବଂ ଫରସରା ଗ୍ରାମର ଦ୍ୱୟ ମଧ୍ୟ ସ୍ଥାନରେ ରହିଥିବା ବଜାର ପାଖରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ହେବ ଓ ବ୍ୟାଙ୍କିଙ୍ଗ ସୁବିଧା ସୁଯୋଗ ପାଇଁ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସ୍ଥାନ ଦେବା ପାଇଁ ସ୍ଥାଇ ନିଷ୍ପତ୍ତି ନିଆଯାଇଥିଲା। ଏହି ଆଲୋଚନା ବୈଠକରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ,ବୋଡେ଼ନ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଭୋଇ,ବୋଡେ଼ନ ତହସିଲଦାର ରାଜେଶ ମେହେର,ଦାଇତ୍ୱରେ ଥିବା ବୋଡେ଼ନ ଥାନା ଅଧିକାରୀ କୁଳମଣି ବରୋଦା,ଡିପିଓ ନୂଆପଡ଼ା,ସମସ୍ତ ୱାର୍ଡ ମେମ୍ବର ସଭ୍ୟ ସଭ୍ୟା,ସମିତି,ସରପଞ୍ଚ,ପ୍ରତ୍ୟେକ ଗ୍ରାମର ଦଶ ଜଣ ବ୍ୟକ୍ତି ସଭାରେ ଉପସ୍ଥିତ ରହି ଆଜକୁ ୧୫ ବର୍ଷ ଧରି ଲାଗି ରହିଥିବା ବିବାଦକୁ ଦୀର୍ଘ ତିନି ଘଣ୍ଟା ଧରି ଆଲୋଚନା କରିବା ପରେ ସମାଧାନ କରାଯାଇଥିଲା। 

Leave A Reply

Your email address will not be published.