ଅନେକ କ୍ଷେତ୍ରରେ ଅସନ୍ତୋଷ ପ୍ରତିକ୍ରିୟା ପ୍ରକାଶ ପାଇଛି
କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲପାଳ ଚଞ୍ଚଳ ରଣା ଏବଂ ଏସ୍ପି ନିତିନ କୁସଲକର ମିଲିତ ଭାବେ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ । ତୁରେକେଲା ବ୍ଲକ ତଥା ଆଖପାଖ ଗ୍ରାମାଞ୍ଚଳର ପ୍ରାୟ ୧୪୧ ଅଭିଯୋଗ ପତ୍ର ଆବେଦନ ବା ପଞ୍ଜିକୃତ ହୋଇଥିବା ବେଳେ ୧୫ ଟି ଆବେଦନ ସେହି ଠାରେ ହିଁ ସମାଧାନ କରିଥିଲେ । ଅନ୍ୟ ଅଭିଯୋଗ ଉପରେ ଯେଉଁ ବିଭାଗର କାମ ହେବା କଥା ସେହି ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ମିଲିତ ଜନ ଅଭିଯୋଗ ଶୁଣାଣିରେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ ମୋନଜ ସତ୍ୟବାନ ମାହାଜନ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଳା ଶିକ୍ଷା ଅଧିକାରି, ଜିଲ୍ଳା ମୂଖ୍ୟ ଚିକିତ୍ସା ଅଧିକାରୀ, ତୁରେକେଲା ବିଡିଓ, କଣ୍ଟାବାଞ୍ଜି ତହସିଲଦାର, କଣ୍ଟାବାଞ୍ଜି ତୁରେକେଲା ଥାନା ଅଧିକାରି ସହ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରି ଉପସ୍ଥିତ ଥିଲେ । ପରେ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ବିଭିନ୍ନ ସ୍ଥାନରେ ଚାଲିଥିବା କାର୍ଯ୍ୟ ଗୁଡ଼ିକକୁ ସମୀକ୍ଷା କରିବାକୁ ଯାଇଥିଲେ, ତଥା ଅନେକ ଲୋକ ଅଭିଯୋଗ କରି କହିଛନ୍ତି ଯେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି ବୋଲି ଆମ ପାଖରେ କୌଣସି ଖବର ନାହିଁ ତେଣୁ ଆମର ଅଭିଯୋଗ କରିପାରିଲୁ ନାହିଁ ବୋଲି କହିଛନ୍ତି, ଚାଉଳସୁଖା ଗାଁରେ ୱାଟର ସପ୍ଲାଇ ମୋଟରକୁ ଲାଇଟ କାଟି ଦେଇଛନ୍ତି ପନ୍ଦର ଦିନ ହେଲା ଗ୍ରାମବାସୀ ପାଣି ପାଇଁ ହନ୍ତସନ୍ତ, ଠିକ ସେହିପରି ଡୁମେରଚୁଆଁ ଗାଁର ମଧ୍ଯ ସମାନ ପରିସ୍ଥିତି, କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିବା ପାଇଁ ଯିବାର ଥିଲା କିନ୍ତୁ ଆମ ପାଖରେ ଏହାର ସୂଚନା ନ ଥିଲା ବୋଲି ଅନେକ ଗ୍ରାମର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି