କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ତେରାପନ୍ଥ ଭବନ ଠାରେ ଅନୁଷ୍ଠିତ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ମୁନି ପ୍ରଶାନ୍ତ କୁମାର, ପ୍ରତେକ ମଣିଷ ଭାଇ ଭଉଣୀ ନିଜ ନିଜର ଭିତରେ ସୁଦୃଢ ରଖନ୍ତୁ, ସଦାସର୍ବଦା ସମ୍ପର୍କ ଭଲ ରଖିବା ଶିଖନ୍ତୁ, ଭୁଲ ବୁଝିବା କାରଣରୁ ନିଜର କ୍ଷତି ହୁଏ, ସେଥି ପାଇଁ ସଦାବେଳେ ସଠିକ ବୁଝନ୍ତୁ, ଗରିବ ପ୍ରତି ଦୟା କ୍ଷମାର ପାତ୍ର ହୁଅନ୍ତୁ, ନିତିଦିନ ସକାଳୁ ଉଠିବାର ଅଭ୍ୟାସ କରନ୍ତୁ ଦେହ ସ୍ଵସ୍ଥା ସ୍ୱାବଲମ୍ବୀ ରଖିବା ପାଇଁ, କୌଣସି କ୍ଷେତ୍ରରେ ଦେଖାବା କରନ୍ତୁ ନାହିଁ ତୁମ ନିକଟରେ ଯାହା ସବୁ ଅଛି ସବୁ ଯାକ ଇଶ୍ଵର ଦେଖୁଛନ୍ତି, ଦେଖାଇବା ବଦଳରେ ସ୍କୁଲ, ହସ୍ପିଟାଲ, ବୃଦ୍ଧା ଆଶ୍ରମ, ଅନାଥ ଆଶ୍ରମ, ଭଲି ସ୍ଥାନ ମାନଙ୍କରେ ଦାନ କରନ୍ତୁ ବୋଲି ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି, ଆଚାର୍ଯ୍ୟ ମୁନି ମହା ଶ୍ରାବଣ ଜିଙ୍କ ଶିଷ୍ୟ ପ୍ରଶାନ୍ତ ଜି ଆଜି କଣ୍ଟାବାଞ୍ଜି ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି, ସେ ତାଙ୍କ ୧୪ ବର୍ଷ ବୟସରେ ଏହି ଶିକ୍ଷା ନେଇ ସାଂସାରିକ ଜୀବନକୁ ତ୍ଯାଗ କରି ଦେଇଥିଲେ, ଓ ସମାଜର ସତ ଗତି ନିମନ୍ତେ ସେ କାର୍ଯ୍ୟ କରୁଥିବା କହୁଛନ୍ତି,