ବିନା ସୂଚନା ଫଳକ ରେ ଚାନ୍ଦିନୀ କାମ କିନ୍ତୁ ବିଲ୍ ପାସ୍

ଖପ୍ରାଖୋଲ -ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ଓଡ଼ିଆପାଳି ପଞ୍ଚାୟତ ଓଡ଼ିଆପାଳି ଗ୍ରାମରେ ଏକ ଚାନ୍ଦିନୀ ବା ଖଳା କାମ ଅତି ନିମ୍ନମାନର ହୋଇଥିବା ବେଳେ ଗ୍ରାମବାସୀ ଖପ୍ରାଖୋଲ ବିଡ଼ିଓ ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଆଜି ଏକ ମାସ ରୁ ଉର୍ଦ୍ଧ୍ବ ହୋଇଥିଲେ ହେଁ କୌଣସି ତଦନ୍ତ ହେଉନାହିଁ।ଯାହା ଜଣା ପଡୁଛି କନିଷ୍ଠ ଯନ୍ତ୍ରୀ,ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଭିତରେ ମଧୁଚନ୍ଦ୍ରିକା ଚାଲିଛି।ଜେ.ଇ ବଳଭଦ୍ର ନାୟକ ଙ୍କୁ ଏ ସମ୍ପର୍କରେ ପଚାରିଲେ କୌଣସି ଉତ୍ତର ରଖିବାକୁ ମନା କରୁଛନ୍ତି।ଠିକାଦାର କୁ ପଚାରିଲେ ରାଜନୀତି ର ଧମକ ଦେଉଛି।ଏଠି ବ୍ଲକ ପ୍ରଶାସନ ନିରବ କାହିଁକି?ସୂଚନା ମୁତାବକ ଉକ୍ତ କାର୍ଯ୍ୟ ୭ଲକ୍ଷ ଟଙ୍କା ପରିମାଣ ରେ ହୋଇଛି କିନ୍ତୁ ଦୁଇମାସ ହେଲା କାର୍ଯ୍ୟକୁ କାହିଁକି ଲାଗିନି ସୂଚନା ଫଳକ।ଅତି ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ର ଆତ୍ମସାତ କରିବାକୁ ଏମାନଙ୍କୁ ପ୍ରହୋତ୍ସନ ଦେଉଛି କିଏ? ଏଇଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପ୍ରତି ବଲାଙ୍ଗୀର ଜିଲ୍ଲାପାଳ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ଦାବୀ ହେଉଛି।

Leave A Reply

Your email address will not be published.