ଧାମନଗର – ଧାମନଗର ଥାନା ଅନ୍ତର୍ଗତ ୧୬ନମ୍ଵର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆଜି ଆପରାହ୍ନ ୨ଟା ସମୟରେ WB02AN7945 ଏକ ମରୁତି ସୁଜୁକି ERTIGA କାରରେ ୪ଜଣ ବନ୍ଧୁ କଲିକତାରୁ ପୁରୀ ଅଭିମୁଖେ ଦୃତ ଗତିରେ ଆସି ଏକ ହାଇଓ୍ଵାକୁ ଉଭରଟେକ କରୁଥିବା ସମୟରେ ଅନ୍ୟମନଷ୍କତା କାରଣରୁ ଭାରସମ୍ୟ ହରାଇ ହାଇଓ୍ଵାର ପଛପଟୁ ଧକ୍କା ଦେଇଥିଲା ଘଟଣାସ୍ଥଳରେ ଗାଡିଟିର ଆଗ ପଟ ଅଂଶ ସଂପୂର୍ଣ୍ଣ ଚେପା ହୋଇଯାଇଛି। ଏହି ଦୁର୍ଘଟଣା ସମୟରେ ଗାଡି ଚାଳକର ସାମାନ୍ୟ ଆଘାତ ଲାଗିଥିଲେ ମଧ୍ୟ ସୌଭାଗ୍ୟ ବସତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ। କିନ୍ତୁ ସେହି ଗାଡିରେ ବସି ଥିବା ଆଉ ତିନି ଜଣ ବନ୍ଧୁ ଗୁରୁତର ଅବସ୍ଥାରେ ଆମ୍ଵୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ସେମାନେ ଗୁରୁତର ଅବସ୍ଥାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ସମୟରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ସୁସ୍ଥ ଥିବାର ସୁଚନା ମିଳିଛି। ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭିଂ କରୁଥିବା ବ୍ୟକ୍ତିକୁ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ ଜାରୀ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।