ଝୁଲନ୍ତା ମୃତଦେହ ଉଦ୍ଧାର

ଡେରାବିଶ(ନି .ପ୍ର )ଡେରାବିଶ ଥାନା ଅନ୍ତର୍ଗତ ପଦନପଡା ଗ୍ରାମ ର କଟକଣା ସ୍ମଶାନ ରେ ଥିବା ବରଗଛ ରେ ସ୍ଥାନୀୟ ଅଞ୍ଚଳ ଜଣେ ଅଠର ବର୍ଷୀୟ ଯୁବକ ବେକ ରେ ରଶି ଲଗାଇ ସଂଗ୍ୟlହୀନ ଅବସ୍ଥା ରେ ଝୁଲି ଥିବା ଦେଖିବାକୁ ମିଳିଥିଲା.

ମୃତ ଯୁବକ ଙ୍କ ନାମ ଧନେଶ୍ୱର ଜେନା ଜଣାପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳ ରେ ପଦନପଡl ର ବୋଲି ଜଣା ପଡିଛି. ଆଜି ସକାଳୁ ସ୍ଥାନୀୟ ସ୍ମଶାନ ଦେଇ କିଛି ଲୋକ ଯିବା ସମୟରେ ଧନେଶ୍ୱର ଙ୍କ ମୃତ ଦେହ ବରଗଛ ଡାଳ ରେ ଝୁଲି ଥିଲା. ତୁରନ୍ତ ସ୍ଥାନୀୟ ସରପଞ୍ଚ ଖବର ପାଇ ଡେରାବିଶ ଥାନା କୁ ଅବଗତ କରାଇଥିଲେ. ଡେରାବିଶ ପୋଲିସ ଘଟଣା ସ୍ଥଳ ରେ ପହଂଚି ଧନେଶ୍ୱର ଙ୍କ ଶବ କୁ ଉଦ୍ଧାର କରି ବ୍ୟବଛେଦ ନିମତେ ପଠାଇ ଥିଲେ. ତେବେ ଧନେଶ୍ୱର ଗତ କାଲି ରାତିରେ ସାଙ୍ଗ ମାନଙ୍କ ସହ ବଣଭୋଜି କରିବାକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ. ଆଜି ସକାଳୁ ତାଙ୍କ ଶବ ଝୁଲୁଥିବା ଖବର ପାଇ ଘରଲୋକେ ଘଟଣା ସ୍ଥଳ ରେ ପହଂଚି ଥିଲେ.

ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ସବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆହୁରି ଆଗେଇବ ବୋଲି ସୂଚନା ମିଳିଛି

Leave A Reply

Your email address will not be published.