ପାଇଁ ଗ୍ରାମସଭା ବୈଠକରେ ହଟ୍ଟଗୋଲ।
ବଙ୍ଗୋମୁଣ୍ଡା – ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ନୂତନ ଭାବରେ ଭୁର୍ଷାଗୁଡା ଠାରେ ପଞ୍ଚାୟତ କାର୍ଯ୍ୟଳୟ ହେବା ପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରିସାରିଛନ୍ତି । ଇତି ମଧ୍ୟରେ ଦିର୍ଘ ବର୍ଷ ବିତି ଯାଇଥିଲେ ହିଁ କାର୍ଯ୍ୟାଳୟ ଅଧା ପନ୍ତରିଆ ହୋଇ ପଡ଼ି ରହିଛି ଲୋକଙ୍କ ଅଭିଯୋଗ ଯେ ତିନୋଟି ଗାଁ ଭୂର୍ଷାଗୁଡା, ଗଞ୍ଜିଆପଡା, ଟିଟିଗାଁ ମଧ୍ୟ ବର୍ତ୍ତି ଜମିରେ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ଦୁଇ ଖଣ୍ଡ ଗାଁ ଟିଟିଗାଁ, ଗଞ୍ଜିଆପଡା, ଗ୍ରାମବାସୀ ଅଡ଼ି ବସିଛନ୍ତି ଦୁଇ ଗ୍ରାମବାସୀ ଚାହୁଁଛନ୍ତି ଦୁଇ ଗ୍ରାମ ମଧ୍ୟ୍ୟ ବର୍ତ୍ତି ଜାଗାରେ ପଞ୍ଚାୟତ କାର୍ଯ୍ୟାଳୟ ହେଲେ ଲୋକଙ୍କ ପାଇଁ ଯିବା ଆସିବା ସୁବିଧା ସୁଯୋଗ ହେବ ଯଦି ଭୁର୍ଷାଗୁଡା ଠାରେ ହେଲେ ଲୋକଙ୍କୁ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଗ୍ରାମ ବାସୀମାନେ କହିଛନ୍ତି।ଏହି ପ୍ରସଙ୍ଗ ଟି ଉପର ଉକ୍ତ ଦୁଇ ଖଣ୍ତ ଗାଁ ଜନସାଧାରଣ ମଧ୍ୟବର୍ତ୍ତି ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିଲେ।ଏହା କୁ ଭିତ୍ତିକରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁଣି ତିନୋଟି ଗାଁ ର ସର୍ବସାଧାରଣଙ୍କୁ ଡକାଇ ଏକ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଥିଲା ସରପଞ୍ଚ କୁମାରୀ ପୁଷ୍ପାଞ୍ଜଳୀ ଛୁରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲାl ଉକ୍ତ ବୈଠକରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନା, ଜିପିଓ ରାହସ ବିହାରୀ ମଲ୍ଲିକ,ପିଇଓ ହେମନ୍ତ ବେହେରା, ଜିଆରଏସ ଝସକେତନ ସାହୁ ପ୍ରଶାସନ ଅଧିକାରୀ ଓ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ସର୍ବସାଧାରଣ ଙ୍କ ଉପସ୍ଥିତ ରହିଥିଲେ lତେବେ ଉକ୍ତ ବୈଠକ ରେ ଉଭୟ ପକ୍ଷରୁ କଥା କଟାକଟି ଓ ହଟ୍ଟଗୋଲ ପରିସ୍ଥିତି ହେବା ଫଳରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ ହୋଇ ପାରି ନାହିଁ ଯାହା ଫଳରେ ପୁଣି ସ୍ଥଗିତ ରହିଥିବା ସୂଚନା ମିଳିଛି l