ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଭାରତରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ଡ଼ ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥିରେ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଧାମନଗର – ଧାମନଗର ଅଞ୍ଚଳରେ ଭାରତର ପୂର୍ବତନ ରାଷ୍ଟ୍ରପତି, ମିସାଇଲ ମ୍ୟାନ ବୈଜ୍ଞାନିକ,ଲେଖକ ଓ ଶିକ୍ଷକ ତଥା ଭାରତରତ୍ନ ଡ଼ ଏପିଜେ ଅବଦୁଲ କଲାମଙ୍କ ୭ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ ଶିକ୍ଷାଅନୁଷ୍ଠାନ, ସଂଗଠନ, ବରିଷ୍ଠ ନାଗରିକ ପକ୍ଷରୁ ପୁଣ୍ୟତିଥିରେ ସ୍ମୃତିଚାରଣ ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଅବଦୁଲ କଲାମ ଜନସେବା କେନ୍ଦ୍ର ପରିସରରେ ପରିଷଦର ସାଧାରଣ ସମ୍ପାଦକ ଶଚୀକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାକୁ ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ସାହୁ ସଂଚାଳନା କରିଥିଲେ। ଏକାଦଶ ତମ ରାଷ୍ଟ୍ରପତି ହୋଇ ୨୦୦୨ ରୁ ୨୦୦୭ପର୍ଯ୍ୟନ୍ତ ତାଙ୍କ ସମୟରେ ସାରା ଭାରତ ତଥା ବିଶ୍ୱର ଇତିହାସରେ କ୍ଷେପଣୀୟ ମାନବ ଭାବେ ପରିଚୟ ତଥା ପ୍ରଥମେ ଗୁରୁ,ବୈଜ୍ଞାନିକ ସର୍ବପରୀ ମହାମହିମ ରାଷ୍ଟ୍ରପତି ଥିଲେ। ଜାତି,ଧର୍ମ ବର୍ଣ୍ଣ ନିର୍ବିଶେଷରେ ମାନବ ଜାତିକୁ ପ୍ରାଣଭରି ଭଲ ପାଉଥିଲେ। ପରିଷଦର ବରିଷ୍ଠ ସଦସ୍ୟ ଅନିଲ କୁମାର ବାରିକ,ସୁରଥ ଚନ୍ଦ୍ର ସେଠୀ, ମହେଶ୍ବର ସ୍ୱାଇଁ,ନିରାକାର ଧଳ,ଅଭିମନ୍ୟୁ ମଲ୍ଲିକ, ଯୁଧିଷ୍ଠିର ପଣ୍ଡା,ଲକ୍ଷ୍ମୀଧର ପାଗଳ, ପ୍ରିୟ ରଂଜନ ସାମଲ,ଦଶରଥ ଦାସ,ବୁଦ୍ଧିରାମ ବେହେରା ସମେତ ସାମ୍ବାଦିକ କୈଳାସ ଚନ୍ଦ୍ର ଗୁପ୍ତା, ଗୋଲାମ ଜିଲାନି ହବିବି, ସେକ ଜାଫର ଅଲ୍ଲୀ ପ୍ରମୁଖ ଯୋଗଦେଇ ଡ କଲାମଙ୍କ ଗୁଣ, ତ୍ୟାଗ, ନିଷ୍ଠାର କାର୍ଯ୍ୟ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ କଲାମଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଶେଷରେ ପରିଷଦର ସଦସ୍ୟ ଜ୍ଞାନରଂଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।