ବାଲେଶ୍ଵର- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ଜନଜାଗରଣ ମଞ୍ଚର ମାସିକ ବୈଠକ ମଞ୍ଚ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଭ୍ୟ ରାମକୃଷ୍ଣ ଦାସମହାପାତ୍ର, କୈଳାସ ପୃଷ୍ଟି, ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ଅଭିରାମ ମହାପାତ୍ର, ଦେଵେନ୍ଦ୍ର କୁମାର ରାଉତ, ଚିନ୍ତାମଣି ସାହାଣୀ ଓ ସଭ୍ୟ ତଥା ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଉକ୍ତ ବୈଠକରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ନିଞ୍ଜନ ବେହେରା ମାସିକ ବିବରଣୀ ପାଠ କରିଥିଲେ । ପ୍ରଥମେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ଅମୃତବାଣୀ ଶୁଣାଇବା ପରେ ସଭ୍ୟ କୈଳାସ ପୃଷ୍ଟି ଅଖଣ୍ଡ ଜ୍ଯୋତି ପୁସ୍ତକରୁ କିଛି ଶିକ୍ଷଣୀୟ ବିଷୟବସ୍ତୁ ପଢି ସମସ୍ତଙ୍କୁ ଶୁଣାଇଥିଲେ । ଖଇରା ବ୍ଲକ ପରିସରରେ କୋର୍ଟ ପ୍ରତିଷ୍ଠା ନେଇ ବିଡ଼ିଓ ପର୍ଶୁରାମ ପଣ୍ଡା ଟାଳଟୁଳ ଅବଲମ୍ବନ କରୁଥିବା ବେଳେ ଖଇରା ବଜାର ମଝି ଓ ଆଳଦା ଛକରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ନିମନ୍ତେ ଜାଗା ଚିହ୍ନଟରେ ତହସିଲଦାରଙ୍କ ଅସହଯୋଗରେ ମଞ୍ଚ ଦୁଃଖ ପ୍ରକାଶ କରିଛି । ଶେଷରେ ବୁଦ୍ଧିରାମ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।